fbpx

ପରଲୋକରେ ପୂର୍ବତନ କଂସ ମହାରାଜ ଗୋପାଳ ସାହୁ: ଦୀର୍ଘ ୨୩ ବର୍ଷ ଧରି କଂସ ଭୂମିକାରେ ଅଭିନୟ କରିଥିଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସିଛି ଏକ ବଡ଼ ଦୁଃଖ ଖବର । ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାର ପୂର୍ବତନ କଂସ ମହାରାଜ ଆଉ ନାହାନ୍ତି । ପୂର୍ବତନ କଂସ ମହାରାଜ ଗୋପାଳ ସାହୁଙ୍କ ପରଲୋକ ଘଟିଛି । ଶ୍ରୀ ସାହୁ ଦୀର୍ଘ ୨୩ ବର୍ଷ ଧରି ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିଆସିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ଶ୍ରୀ ସାହୁ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ଜଣାପଡ଼ିଛି । ତାଙ୍କର ମୃତ୍ୟୁ ଖବର ପାଇଁ ରାଜ୍ୟ ତଥା ବରଗଡ଼ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ, ପ୍ରଶଂସକଙ୍କ ମଧ୍ୟରେ ନୈରାଶ୍ୟ ଖେଳିଯିବା ସହ ସେମାନେ ଗଭୀର ଭାବେ ଶୋକ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.