fbpx

ଖୋଲା ଡ୍ରେନରେ ଖସିପଡି ପୂର୍ବତନ ବିଧାୟକ ଗୁରୁତର, ସାମ୍ନାକୁ ଆସିଲା ଭିଡିଓ

ଆଗ୍ରା: ଉତ୍ତରପ୍ରଦେଶର ଆଗ୍ରାରେ ଖୋଲାପଡିଥିବା ଡ୍ରେନ୍ ଦୁର୍ଘଟଣାର କାରଣ ସାଜୁଛି । ଖୋଲାପଡିଥିବା ଏକ ଡ୍ରେନରେ ଖସିପଡି ଗୁରୁତର ଆହତ ହୋଇଛନ୍ତି ପୂର୍ବତନ ବିଧାୟକ ଭଗବାନ ସିଂହ କୁଶୱାହା । ଦୁର୍ଘଟଣାର ଶିକାର ହେବା ପରେ ପୂର୍ବତନ ବିଧାୟକ ନଗର ନିଗମର ମୋର୍ଚ୍ଚା ଖୋଲିଛନ୍ତି । ଅନ୍ୟପଟେ ନିଗମ ପ୍ରଶାସନ ମଧ୍ୟ ଆକ୍ଟିଭ୍ ମୋଡକୁ ଆସିଥିବା ଦେଖିବାକୁ ମିଳିଛି ।

କୁହାଯାଉଛି ଯେ, ପୂର୍ବତନ ବିଧାୟକ ଭଗବାନ ସିଂ କୁଶୱାହା ଖେରିଆ ମୋଡ ସ୍ଥିତ ନିଜ ଘର ବାହାରେ ସ୍କୁଟିରେ କୁଆଡେ ଯିବାପାଇଁ ବାହାରୁଥିଲେ । ସ୍କୁଟି ଷ୍ଟାର୍ଟ କରିବା ପରେ ସେ ନିଜ ପତ୍ନୀଙ୍କ ସହିତ କଥା ହେଉଥିଲେ । ଏହାରି ମଧ୍ୟରେ ଅଚାନକ୍ ସ୍କୁଟିର ଏକ୍ସିଲେଟର ଚାପି ହୋଇଯାଇଥିଲା । ପାଖରେ ଠିଆହୋଇଥିବା ପତ୍ନୀଙ୍କୁ ନେଇ ସ୍କୁଟି ଆଗକୁ ଘୋସାରି ହୋଇପଡିଥିଲା । ଭଗବାନଙ୍କ ପତ୍ନୀ ଆଗରେ ଯାଇ ପଡିଥିଲେ, କିନ୍ତୁ ସେ ନିଜେ ସେଠାରେ ଖୋଲା ପଡିଥିବା ଡ୍ରେନ୍ ଭିତରକୁ ଖସିପଡିଥିଲେ ।

ଆଖପାଖରେ ଥିବା ଲୋକେ ଧାଇଁ ଆସି ସେମାନଙ୍କୁ ଉଦ୍ଧାର କରିଥିଲେ ଓ ମେଡିକାଲରେ ଭର୍ତ୍ତି କରିଥିଲେ । ପୂର୍ବତନ ବିଧାୟକ ନାଳରେ ଖସିପଡିବା ପରେ ନଗର ପ୍ରଶାସନଙ୍କ ନିଦ ଭାଙ୍ଗିଛି । ସହରରେ ଖୋଲାପଡିଥିବା ଡ୍ରେନଗୁଡିକୁ ବନ୍ଦ କରିବାକୁ ପ୍ରୟାସ ଜାରି ରହିଛି ।

Get real time updates directly on you device, subscribe now.