ପୂର୍ବତନ ବିଧାୟକ ବିଜୟ ମହାନ୍ତିଙ୍କ ପରଲୋକ, ମୃତ ଘୋଷଣା କଲେ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ

ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ଖେଳିଯାଇଛି ଶୋକର ଲହରୀ। ପୂର୍ବତନ ବିଧାୟକ ବିଜୟ ମହାନ୍ତିଙ୍କ ପରଲୋକ ଖବର ବର୍ତ୍ତମାନ ସାମ୍ନାକୁ ଆସିଛି। ମୃତ ଘୋଷଣା କଲେ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ। ୨୦୦୯, ୨୦୧୪ରେ ଭୁବନେଶ୍ୱର-ମଧ୍ୟ ଆସନରୁ ଜିତିଥିଲେ ବିଜୟ ମହାନ୍ତି। ସେ ବିଜେଡି ଟିକେଟରେ ଦୁଇଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ମାତ୍ର ୬୦ ବର୍ଷରେ ସେ ଆଖିବୁଜିଛନ୍ତି। ହସ୍ପିଟାଲ କତ୍ତୃପକ୍ଷ କହିଛନ୍ତି ଯେ, ବିଜୟ ମହାନ୍ତିଙ୍କୁ ମୃତ ଅବସ୍ଥାରେ ହସ୍ପିଟାଲକୁ ଅଣା ଯାଇଥିଲା। ତାଙ୍କର ନିୟମ ଅନୁସାରେ ପୋଷ୍ଟମର୍ଟମ କରାଯିବ। ସେ କିଛିଦିନ ହେବ ହୃଦରୋଗରେ ପୀଡିତ ଥିଲେ ବୋଲି ସୂଚନା ମିଳିଛି।

୧୯୬୪ ଅକ୍ଟୋବର ୩ ତାରିଖରେ ବିଜୟ ମହାନ୍ତି ଜନ୍ମ ଗ୍ରହଣ କରିଥିଲେ। ସେ ନିଜ ଛାତ୍ରାବସ୍ଥାରୁ ରାଜନୀତିକୁ ପ୍ରବେଶ କରିଥିଲେ। ୨୦୦୯ ଏବଂ ୨୦୧୪ ମସିହାରେ ସେ ଲଗାତାର ବିଜୟୀ ହୋଇଛନ୍ତି। ୨୦୦୯ରେ ଶେଷ ମୁହୂର୍ତ୍ତରେ ଟିକେଟ କାଟିଥିଲା ଦଳ। ବିଜୟଙ୍କ ବଦଳରେ ବୁନୁଙ୍କୁ ପ୍ରାର୍ଥୀ କରିଥିଲା ଦଳ। ତାଙ୍କର ମଧ୍ୟ ନିର୍ବାଚନମଣ୍ଡଳୀରେ ଦବଦବା ରହିଥିଲା।