ତାତିଲେ ଜନତା: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ କଲେ ଆକ୍ରମଣ

ପୂର୍ବତନ ବିଧାୟକଙ୍କ ଗାଡ଼ିକୁ ଆକ୍ରମଣ

ଭୁବନେଶ୍ୱର: ଧର୍ମଶାଳାର ପୂର୍ବତନ ବିଧାୟକଙ୍କ ଗାଡ଼ି ଉପରେ ଆକ୍ରମଣର ଅଭିଯୋଗ ହୋଇଛି। ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଆକ୍ରମଣ କଲେ ଜନତା। ସୂଚନାନୁଯାୟୀ, ଆରୁହା ଗ୍ରାମରେ ହିଙ୍ଗୁଳା ଯଜ୍ଞକୁ ଯିବା ବେଳେ ଜନତା ବିରୋଧ ପ୍ରଦର୍ଶନ କରିଥିଲେ।

ଏହି ଆକ୍ରମଣର ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଉତ୍ତ୍ୟକ୍ତ ଜନତା ବାଡ଼ି-ଠେଙ୍ଗା ଧରି ଗାଡ଼ିକୁ ଆକ୍ରମଣ କରୁଛନ୍ତି। ଏଥିସହ କାର ସାମ୍ନାରେ ଜନତାଙ୍କ ଭିଡ଼ ଦେଖିବାକୁ ମିଳିଛି। ଏହି ଆକ୍ରମଣ ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି।