ପୁରୀ ଶରଧାବାଲି ଦଳାଚକଟା, ଭକ୍ତଙ୍କ ମୃତ୍ୟୁ, “୧୦୦ ବର୍ଷ ଭିତରେ ଏଭଳି ଅଘଟଣ ଘଟିନଥିଲା”

ସରକାରକୁ କଟାକ୍ଷ କଲେ ପୂର୍ବତନ ପିସିସି ସଭାପତି।

ପୁରୀ: ପୁରୀ ଶରଧାବାଲିରେ ଠେଲାପେଲାରେ ଭକ୍ତଙ୍କ ମୃତ୍ୟୁ। ତେଜିଲା ରାଜନୈତିକ ଚର୍ଚ୍ଚା। ସରକାରଙ୍କ ଉପରେ ବର୍ଷିଲେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

କାରଣ ଆଜି ଭୋରୁ ଭୋରୁ ରଥରେ ତିନି ଠାକୁରଙ୍କ ପହଡ଼ ଖୋଲିବା ପରେ ଭକ୍ତଙ୍କ ଭିଡ଼ ବଢ଼ିଥିଲା। ଫଳରେ ଅଘଟଣ ଘଟିଲା ଆଉ ୩ ଜଣ ଭକ୍ତଙ୍କର ଜୀବନ ଗଲା। ସେପଟେ ଏବେବି ହସ୍ପିଟାଲରେଂ ଚିକିତ୍ସିତ ହେଉଛନ୍ତି ଆହତ।

ଆଉ ପ୍ରତ୍ୟେକ୍ଷଦର୍ଶୀ କହୁଛନ୍ତି କାଳେ ସୁରକ୍ଷା ବ୍ୟବସ୍ଥା ଠିକ୍ ନଥିଲା। ଠେଲାପେଲା ବେଲେ ପୋଲିସ ନଥିଲେ। ଯାହା ଫଳରେ ଭିଡ଼ି ନିୟନ୍ତ୍ରଣ ହୋଇପାରିଲା ନାହିଁ।

ସେପଟେ ଏହି ଘଟଣାକୁ ନେଇ ସରକାରଙ୍କୁ ପ୍ରଶ୍ନ କରିଛନ୍ତି କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ। ସେ କହିଛନ୍ତି ବହୁ ଆଡ଼ମ୍ୱରରେ ଲଘୁକ୍ରିୟା ଚାଲିଛି। ଠେଲାପେଲାରେ ଶ୍ରଦ୍ଧାଳୁ ଚାଲିଗଲେ। ଏହା ବି କ’ଣ ଭଗବାନଙ୍କ ଇଚ୍ଛା।

କାରଣ ରଥଯାତ୍ରା ଦିନ ନନ୍ଦିଘୋଷ ରଥ ସିଂହଦ୍ୱାର ସମ୍ମୁଖରେ ରହିବା ଆଉ କୌଣସି ବି ଗୋଟେ ରଥ ଶରଧାବାଲିରେ ନପହଞ୍ଚିବା ପରେ ସରକାରଙ୍କ ଉପରେ ଆଙ୍ଗୁଳି ଉଠିଥିଲା।

ଯାହାକୁ ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ ଏହା ହେଉଛି ଜଗାର ଇଚ୍ଛା। ତା ଇଚ୍ଛାରେ ସବୁ ହେଉଛି। ତେଣୁ ଏହି ଘଟଣାକୁ ନେଇ ରାଜନୀତି କରିବା ଉଚିତ୍ ନୁହେଁ।

ଆଉ ଯେତେବେଳେ ଠେଲାପେଲାରେ ଭକ୍ତଙ୍କ ଜୀବନ ଚାଲିଯାଇଛି। ସେହି କତାକୁ ନେଇ କଟାକ୍ଷ କରିଛନ୍ତି ନିରଞ୍ଜନ କି, ଏହା ବି କ’ଣ ଭଗବାନଙ୍କ ଇଚ୍ଛା।

ଏହାସହ ସେ କହିଛନ୍ତି କୌଣସି ପ୍ରକାର ପଦକ୍ଷେପ ନେଲେନି ସରକାର। ଏହା ହେଉଛି ଚରମ ଅବହେଳା। ଆନ୍ତରିକତା ଶୂନ୍ୟ କାର୍ଯ୍ୟ। କାରଣ ୧୦୦ ବର୍ଷ ଭିତରେ ଏଭଳି ଘଟିନଥିଲା।