fbpx

ଦୁନିଆର ସବୁଠାରୁ ଛୋଟ ମହିଳାଙ୍କ ପରଲୋକ: ୨.୫ ଫୁଟ ଥିଲା ଉଚ୍ଚତା

ନୂଆଦିଲ୍ଲୀ: ୨୦୧୦ରେ ଦୁନିଆର ସବୁଠାରୁ ଛୋଟ ମହିଳା ଭାବେ ଗିନିଜ ୱାର୍ଲ୍ଡ ରେକର୍ଡ କରିଥିବା ଏଲିଫ କୋକାମନଙ୍କ ଦେହାନ୍ତ ହୋଇଛି । ସେ ମାତ୍ର ୩୩ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏଲିଫଙ୍କ ଅନେକ ଅଙ୍ଗ କାମ କରିବା ବନ୍ଦ କରିଦେଇଥିଲା । ଏଲିଫ ତୁର୍କିର ଓସମାନିଆ ଅଞ୍ଚଳର କାଦିରଲି ସହରରେ ବାସିନ୍ଦା ଥିଲେ । ଦୁନିଆର ସବୁଠାରୁ ଛୋଟ ମହିଳା ଭାବେ ତାଙ୍କ ନାଁ ଗିନିଜ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି ।

ରିପୋର୍ଟ ଅନୁସାରେ, ୨୦୧୦ରେ ସମଗ୍ର ବର୍ଷ ପାଇଁ ଏଲିଫଙ୍କ ନାଁ ଗିନିଜ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଥିଲା । ମଙ୍ଗଳବାର ଦିନ ଏଲିଫ ଅଚାନକ୍ ଅସୁସ୍ଥ ହୋଇଥିଲେ, ଯେଉଁ କାରଣରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏଲିଫଙ୍କ ଉଚ୍ଚତା ୭୨.୬ ସେଣ୍ଟିମିଟର ଅର୍ଥାତ୍ ୨.୫ ଫୁଟ ଥିଲା । ସ୍ଥାନୀୟ ମିଡିଆ ଅନୁସାରେ, ଏଲିଫଙ୍କ ଅନେକ ଅଙ୍ଗ କାମ କରିବା ବନ୍ଦ କରିଦେଇଥିଲା । ମେଡିକାଲରେ ଭର୍ତ୍ତି ହେବା ପରେ ତାଙ୍କ ଅବସ୍ଥା ଅଧିକ ବିଗିଡ଼ିଯାଇଥିଲା ଓ ଗୁରୁବାର ଦିନ ତାଙ୍କର ମୃତ୍ୟୁ ହୋଇଥିଲା ।

Get real time updates directly on you device, subscribe now.