fbpx

ଖୋଲିଲା ବୃଦ୍ଧଙ୍କ ଭାଗ୍ୟ; ଏଣିକି ପ୍ରତି ମାସରେ ୩ ହଜାର ଟଙ୍କା ଆକାଉଣ୍ଟକୁ ପଠାଇବେ ସରକାର, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: ବୃଦ୍ଧ ବୃଦ୍ଧାଙ୍କ ପାଇଁ କେନ୍ଦ୍ର ସରକାର ଏପରି କିଛି ଯୋଜନା ଆଣୁଛନ୍ତି, ଯାହା ଫଳରେ ତାଙ୍କର ଖର୍ଚ୍ଚ ପାଇଁ କୌଣସି ଅସୁବିଧା ହେବ ନାହିଁ । ଯଦି ଆପଣଙ୍କ ନାଁ ପିଏମ କିଷାନ ସମ୍ନାନ ନିଧିରେ ରହିଛି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏବେ ଏହି ଯୋଜନାରେ ଜଡିତ ହିତାଧିକାରୀଙ୍କୁ ବଡ଼ ବଡ଼ ଫାଇଦା ଦେବାରେ ଲାଗିଛନ୍ତି ସରକାର । ସରକାର ପିଏମ ଶ୍ରମ ଯୋଗୀ ମାନଧନ ଯୋଜନା ସଙ୍ଗଠିତ କ୍ଷେତ୍ରର ଶ୍ରମିକଙ୍କ ପାଇଁ ଖାସ୍ ଯୋଜନା କରିଛନ୍ତି ।

ଏହି ଯୋଜନା ଅଧୀନରେ ରାସ୍ତାଘାଟ ବିକ୍ରେତା, ରିକ୍ସା ଚାଳକ, ନିର୍ମାଣ ଶ୍ରମିକ ଓ ଅନ୍ୟାନ୍ୟ କାର୍ଯ୍ୟରେ ନିୟାଜିତ ଅସଂଗଠିତ କ୍ଷେତ୍ର ସହିତ ଜଡିତ ଶ୍ରମିକମାନେ ସେମାନଙ୍କର ବୃଦ୍ଧାବସ୍ଥାକୁ ସୁରକ୍ଷିତ କରିପାରିବେ । ଏହି ଯୋଜନା ଅଧୀନରେ ପ୍ରତିଦିନ ମାତ୍ର ୨ ଟଙ୍କା ସଞ୍ଚୟ କରି ଆପଣ ବାର୍ଷିକ ୩୬୦୦୦ ଟଙ୍କା ପେନସନ୍ ପାଇପାରିବେ ।

ଏହି ଯୋଜନା ଆରମ୍ଭ କରିବା ସମୟରେ ଆପଣଙ୍କୁ ପ୍ରତି ମାସରେ ୫୫ ଟଙ୍କା ଜମା କରିବାକୁ ପଡିବ । ୧୮ ବର୍ଷ ବୟସରୁ ଦୈନିକ ପ୍ରାୟ ୨ ଟଙ୍କା ସଞ୍ଚୟ କରି ଆପଣ ବାର୍ଷିକ ୩୬୦୦୦ ଟଙ୍କା ପେନସନ୍ ପାଇପାରିବେ । ଯଦି ଜଣେ ବ୍ୟକ୍ତି ୪୦ ବର୍ଷ ବୟସରୁ ଏହି ଯୋଜନା ଆରମ୍ଭ କରନ୍ତି, ତେବେ ପ୍ରତି ମାସରେ ତାଙ୍କୁ ୨୦୦ ଟଙ୍କା ଜମା କରିବାକୁ ପଡିବ ।

୬୦ ବର୍ଷ ବୟସ ଶେଷ ହେବା ପରେ, ପ୍ରତି ମାସରେ ୩୦୦୦ ଟଙ୍କା ପେନସନ୍ ଭାବରେ ଆରମ୍ଭ ହେବ ଯଥା ୩୬୦୦୦ ଟଙ୍କା ଉପଲବ୍ଧ ହେବ । ଏହି ଯୋଜନାର ଲାଭ ଉଠାଇବା ପାଇଁ ଆପଣଙ୍କ ପାଖରେ ଏକ ସେଭିଂ ବ୍ୟାକ୍ ଆକାଉଣ୍ଟ ଓ ଆଧାର କାର୍ଡ ରହିବା ଆବଶ୍ୟକ । ବ୍ୟକ୍ତିର ବୟସ ୧୮ ବର୍ଷରୁ ଅଧିକ ଓ ୪୦ ବର୍ଷରୁ କମ୍ ହେବା ଉଚିତ୍ ।

କିପରି କରିବେ ପଞ୍ଜୀକରଣ;

– ଏଥିପାଇଁ ଆପଣଙ୍କୁ କମନ୍ ସିର୍ଭସ୍ ସେଣ୍ଟରକୁ ଯାଇ ପଞ୍ଜୀକରଣ କରିବାକୁ ପଡିବ । ଶ୍ରମିକମାନେ ସିଏସସି ସେଣ୍ଟରରେ ଥିବା ପୋର୍ଟାଲରେ ନିଜକୁ ପଞ୍ଜୀକୃତ କରିପାରିବେ । ସରକାରଙ୍କ ଏହି ଯୋଜନା ପାଇଁ ଏକ ୱେବ୍ ପୋର୍ଟାଲ୍ ମଧ୍ୟ ତିଆରି ହୋଇଛି ।

– ଏହି ସେଣ୍ଟରଗୁଡିକ ମାଧ୍ୟମରେ ଅନ୍ଲାଇାଇନ୍ ସମସ୍ତ ତଥ୍ୟ ଭାରତ ସରକାରଙ୍କ ନିକଟକୁ ଚାଲିଯିବ । ପଞ୍ଜୀକରଣ ପାଇଁ ଆପଣ ଆଧାର କାର୍ଡ, ଜନ ଧନ ବ୍ୟାଙ୍କ ଆକାଉଣ୍ଟ ପାସବୁକ୍, ମୋବାଇଲ୍ ନମ୍ବର ଦରକାର ।

– ଏହା ବ୍ୟତୀତ ସହମତି ପତ୍ର ମଧ୍ୟ ଦେବାକୁ ପଡିବ ଯାହା ବ୍ୟାଙ୍କ ଶାଖାରେ ମଧ୍ୟ ଦେବାକୁ ପଡିବ ଯେଉଁଠାରେ ଶ୍ରମିକଙ୍କର ବ୍ୟାଙ୍କ ଆକାଉଣ୍ଟ ରହିବ । ଯାହାଫଳରେ ପେନସନ୍ ପାଇଁ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା କଟାଯାଇପାରିବ ।

Get real time updates directly on you device, subscribe now.