କରବା ଚୌଥ ପରେ ୫ଟି ରାଶିଙ୍କର ଭାଗ୍ୟ ବଦଳିବ: ଅକ୍ଟୋବର ୨୦ ପରେ ଆରମ୍ଭ ହେବ ଗୋଲ୍ଡେନ୍ ଟାଇମ୍

କରବା ଚୌଥ ପରେ ୫ଟି ରାଶିଙ୍କର ଭାଗ୍ୟ ବଦଳିଯିବ । ଅକ୍ଟୋବର ୨୦ରେ କରବା ଚୌଥ ପଡ଼ୁଥିବା ବେଳେ ୨୧ ଠାରୁ ମାସର ନୂଆ ସପ୍ତାହ ଆରମ୍ଭ ହେବ । ଅକ୍ଟୋବର ୨୧ରୁ ୧୭ ତାରିଖ ପର୍ଯ୍ୟନ୍ତ ଏହି ସପ୍ତାହ ଚାଲିବ । ଏହାପରେ କିଛି ରାଶିଙ୍କର ଗୋଲ୍ଡେନ ଟାଇମ୍ ଆରମ୍ଭ ହେବ । ଜ୍ୟୋତିଷବିଦଙ୍କ ଅନୁସାରେ, ଅକ୍ଟୋବରରେ ନୂଆ ସପ୍ତାହ ୫ଟି ରାଶିଙ୍କ ପାଇଁ ଶୁଭ ଫଳାଫଳ ଦେବ । ତେଣୁ ଏହି ୫ଟି ଭାଗ୍ୟବାନ ରାଶିଙ୍କ ବିଷୟରେ ସମସ୍ତେ ଜାଣିବା ନିହାତି ଆବଶ୍ୟକ ।

ମେଷ- ଧନଲାଭର ଯୋଗ ରହିବା ସହ ସ୍ୱାସ୍ଥ୍ୟର ସ୍ଥିତି ଠିକ୍ ରହିବ । କ୍ୟାରିୟରରେ ଲାଭର ଯୋଗ ରହିଥିବା ବେଳେ ସନ୍ତାନଙ୍କ ଠାରୁ ଶୁଭ ସମାଚାର ମିଳିବ । ଧନ ଦାନ କରନ୍ତୁ ।

କର୍କଟ: ଅଧୁରା ରହିଥିବା କାମ ସମ୍ପୂର୍ଣ୍ଣ ହେବ । କ୍ୟାରିୟରରେ ପରିବର୍ତ୍ତନର ଯୋଗ ରହିଛି । ପାରିବାରିକ ସମସ୍ୟାର ସମାଧାନ ହେବ । ଧନ ଲାଭର ଯୋଗ ରହିଛି । ଖାଦ୍ୟ ସାମଗ୍ରୀ ଦାନ କରନ୍ତୁ ।

କନ୍ୟା: ଧନ ଲାଭର ଯୋଗ ରହିଛି । ଅଟକି ରହିଥିବା ଅର୍ଥ ଫେରସ୍ତ ଆସିବ । କ୍ୟାରିୟରରେ ସୁଧାର ଆସିବ । ସନ୍ତାନ ପକ୍ଷର ଉନ୍ନତି ହେବ । ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ ।

ବିଛା: ଅଟକି ରହିଥିବା କୌଣସି କାମ ସମାପ୍ତ ହେବ । ବ୍ୟବସାୟ ସମସ୍ୟାର ସମାଧାନ ହେବ । ପରିବାରରେ ମଙ୍ଗଳ କାର୍ଯ୍ୟ ହେବ । ସବୁଜ ରଙ୍ଗର ଫଳ ଦାନ କରନ୍ତୁ ।

ମକର: ଧନ ଲାଭର ଯୋଗ ରହିଛି । ଚାକିରିରେ ପ୍ରମୋସନ-ଇନକ୍ରିମେଣ୍ଟ ହୋଇପାରେ । ଅଟକି ରହିଥିବା କାମ ପୂରା ହେବ । ଶନିବାର ଦିନ ଖସା ଦାନ କରନ୍ତୁ ।

ଏହି ସପ୍ତାହରେ ବୃକ୍ଷ, ସିଂହ ଓ କୁମ୍ଭ ରାଶିର ଜାତକଙ୍କୁ ସାବଧାନ ରହିବାକୁ ପଡ଼ିବ । ଏମାନଙ୍କୁ ଧନ, କ୍ୟାରିୟର ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ କ୍ଷତି ସହିବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.