fbpx

ଆଜି ଆସିବ ୪ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ: ୨୦୨୪ ଲଢ଼େଇ ପୂର୍ବରୁ ମିଳିବ ବଡ଼ ସନ୍ଦେଶ

ନୂଆଦିଲ୍ଲୀ: ଦେଶର ୪ଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ଆଜି ଘୋଷଣା ହେବ । ଡିସେମ୍ବର ୩ ତାରିଖରେ ୫ଟିର ଫଳାଫଳ ଘୋଷଣା ପାଇଁ ପୂର୍ବରୁ ସ୍ଥିରୀକୃତ ହୋଇଥିବା ପରବର୍ତ୍ତୀ ସମୟରେ ନିର୍ବାଚନ ଆୟୋଗ ନିଷ୍ପତ୍ତି ବଦଳାଇଥିଲେ । ଡିସେମ୍ବର ୪ ତାରିଖରେ ମିଜୋରାମ ବିଧାନସଭାର ଫଳାଫଳ ସାମ୍ନାକୁ ଆସିବ । ୨୦୨୪ ନିର୍ବାଚନ ପୂର୍ବରୁ ଏହି ୫ଟି ରାଜ୍ୟର ଫଳାଫଳ ବେଶ୍ ଗୁରୁତ୍ୱପୂର୍ଣ୍ଣ ।

ମଧ୍ୟପ୍ରଦେଶର ୨୩୦ଟି ଆସନ, ରାଜସ୍ଥାନର ୨୦୦ଟି ଆସନ, ଛତିଶଗଡ଼ର ୯୦ଟି ଆସନ ଓ ତେଲେଙ୍ଗାନାର ୧୧୯ଟି ଆସନ ପାଇଁ ଆଜି ଫଳାଫଳ ଘୋଷଣା ହେବ । ଆସନ୍ତକାଲି ମିଜୋରାମର ୪୦ଟି ଆସନ ପାଇଁ ଫଳାଫଳ ଘୋଷଣା କରାଯିବ । ନିର୍ବାଚନ ଫଳାଫଳ ଘୋଷଣା ପୂର୍ବରୁ ଏଗଜିଟ ପୋଲ ତଥ୍ୟ ସାମ୍ନାକୁ ଆସିଛି । ଯଦି ଏହି ତଥ୍ୟ ସତ୍ୟ ପ୍ରମାଣିତ ହୁଏ ତେବେ କିଛି ରାଜ୍ୟରେ ସରକାର ବଳବତ୍ତର ରହିବ ଓ ଅନ୍ୟ କିଛି ରାଜ୍ୟରେ ସରକାର ବଦଳିବ ।

ମଧ୍ୟପ୍ରଦେଶରେ ବିଜେପିକୁ ଅଧିକ ଆସନ ମିଳିବା ସହିତ ଦଳ ରାଜ୍ୟରେ ସରକାର ଗଠନ କରିବା ନେଇ ଏକଜିଟ ପୋଲ ସର୍ଭେରୁ ଜଣାପଡ଼ିଥିଲା । ରାଜ୍ୟରେ କଂଗ୍ରେସ-ବିଜେପି ମଧ୍ୟରେ କଡ଼ା ଟକ୍କର ହେବ । ରାଜସ୍ଥାନରେ ମଧ୍ୟ ଏହି ଦୁଇ ମଧ୍ୟରେ କଡ଼ା ଟକ୍କର ହେବା ସହିତ କଂଗ୍ରେସ ଅଧିକ ଆସନ ଅକ୍ତିଆର କରିବ ବୋଲି କୁହାଯାଇଥିଲା । ଛତିଶଗଡ଼ରେ କଂଗ୍ରେସକୁ ଅଧିକ ସିଟ୍ ମିଳିବା ସହ ଦଳ ବିଜେପି ସହ କଡ଼ା ମୁକାବିଲ କରିବ । ତେଲେଙ୍ଗାନାରେ କଂଗ୍ରେସ-ବିଆରଏସ ମଧ୍ୟରେ ହେଭି ଫାଇଟ୍ ଦେଖିବାକୁ ମିଳିବ । ମିଜୋରାମରେ ଜୋରାମ ପିପୁଲ୍ସ ମୁଭମେଣ୍ଟ (ଜେପିଏମ) ଏଥର ସରକାର ଗଠନ କରିପାରେ । ଜେପିଏମ୍ ସହିତ ମିଜୋ ନ୍ୟାସନାଲ ଫ୍ରଣ୍ଟ (ଏମଏନଏଫ) କଡ଼ା ଫାଇଟ୍ କରିବ ବୋଲି କୁହାଯାଇଥିଲା ।

Get real time updates directly on you device, subscribe now.