fbpx

୪ ବର୍ଷର ଝିଅକୁ ରେପ୍ ପରେ ହତ୍ୟା: ୧୫ ଘଣ୍ଟାରେ ଗିରଫ, ୫ ମାସରେ ଅପରାଧୀକୁ ଫାଶୀଦଣ୍ଡ

ଜୟପୁର: ସାଢ଼େ ୪ ବର୍ଷର ନାବାଳିକାକୁ ଅପହରଣ କରି ବଳାକ୍ରାର ପରେ ନିର୍ମମ ହତ୍ୟା । ଏହି ମାମଲାରେ ୨୫ ବର୍ଷୀୟ ଅପରାଧକୁ ଫାଶୀଦଣ୍ଡ ଶୁଣାଇଛନ୍ତି ଜୟପୁରର ଏକ ସ୍ୱତନ୍ତ୍ର କୋର୍ଟ । ଓକିଲଙ୍କ କହିବା ମୁତାବକ, ଜୟପୁର ଗ୍ରାମୀଣ ଅଞ୍ଚଳ ନରେନାର ବାସିନ୍ଦା ସୁରେଶ କୁମାର ବଲାଇ ଗତବର୍ଷ ଅଗଷ୍ଟ ୧୧ ରେ ସାଢ଼େ ୪ ବର୍ଷର ଝିଅକୁ ଅପହରଣ କରି ରେପ୍ କରିଥିଲା ଓ ପରେ ଝିଅକୁ ହତ୍ୟା କରିଥିଲା ।

ପୋକ୍ସୋ ଆକ୍ଟ ଅନୁସାରେ, କୁମାରକୁ ଫାଶୀଦଣ୍ଡ ମିଳିବା ସହିତ ତା’ଉପରେ ୨ ଲକ୍ଷ ଟଙ୍କାର ଜରିମାନା ଲଗାଯାଇଛି । ଜିଲ୍ଲା ପୋଲିସ ଅଧିକାରୀ ମନୀଷ ଅଗ୍ରୱାଲ କହିଛନ୍ତି ଯେ, ‘୨୦୨୧ ଅଗଷ୍ଟ ୧୧ ତାରିଖ ଦିନ ନରେନା ସହରରେ ସାଢ଼େ ୪ ବର୍ଷର ନାବାଳିକାକୁ ଅପହରଣ କରାଯାଇ ହତ୍ୟା କରାଯାଇଥିଲା । ପାଖାପାଖି ୭୦୦ ପୋଲିସ ଅଧିକାରୀ ଅଭିଯୁକ୍ତକୁ ଖୋଜିବାରେ ଲାଗିଥିଲେ । ମାତ୍ର ୧୫ ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଗିରଫ କରାଯାଇଥିଲା । ଅଭିଯୁକ୍ତକୁ ଗିରଫ କରିବା ପରେ ସେ ନିଜର ମୁହଁରେ ସବୁ ସତ ବଖାଣିଥିଲା ।’ ଜଘନ୍ୟ ଅପରାଧରେ ଜଡ଼ିତ ଅପରାଧୀକୁ କଠୋର ଦଣ୍ଡ ମିଳିବା ପରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋଟ କହିଛନ୍ତି ଯେ, ‘ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ସରକାରଙ୍କ ଲକ୍ଷ୍ୟ ।’ ଏହି ମାମଲାରେ ଅପରାଧୀକୁ ମୃତୁଦଣ୍ଡ ମିଳିବା ପରେ ଗୁରୁବାର ବିଳମ୍ବିତ ରାତିରେ ଏପରି କହିଛନ୍ତି ଅଶୋକ ।

Get real time updates directly on you device, subscribe now.