fbpx

ମହକୁଛି ନିଳଗିରି ପାହାଡ଼, ୧୨ ବର୍ଷ ପରେ ଫୁଟିଲା ଦୁର୍ଲଭ ଫୁଲ, ଇଣ୍ଟରନେଟରେ ଭାଇରାଲ ହେଉଛି ଫଟୋ

ଓଡ଼ିଶା ଭାସ୍କର: ଜୀବ ଜଗତ ପାଇଁ ପ୍ରକୃତିର ଅବଦାନ ଅନେକ । ବେଳେ ବେଳେ ପ୍ରକୃତିରେ ଏଭଳି ଘଟଣା ଘଟିଥାଏ ଯାହା ଜୀବଜଗତକୁ ଆଶ୍ଚର୍ଯ୍ୟ କରିଥାଏ । ନିକଟରେ ତାମିଲନାଡୁର ନିଳଗିରି ପାହାଡ଼ରେ ଅସାଧାରଣ ଘଟଣା ଦେଖିବାକୁ ମିଳିଛି । ନିଳଗିରି ପାହାଡ଼ରେ ଚମତ୍କାରୀ ଫୁଲ ଫୁଟିଛି । ଏଭଳି ଦୃଶ୍ୟ କେବଳ ୧୨ ବର୍ଷରେ ଥରେ ଦେଖିବାକୁ ମିଳିଥାଏ । ବର୍ତ୍ତମାନ ଏହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଆଇଏଏସ୍ ସୁପ୍ରିୟା ସାହୁ ‘ଏକ୍ସ’ରେ ତାମିଲନାଡୁ ପାହାଡ଼ରେ ଫୁଟୁଥିବା ଦୁର୍ଲଭ ଫୁଲ ବିଷୟରେ ଉଲ୍ଲେଖ କରିଛନ୍ତି । ଏହାର ନାଁ ହେଉଛି ‘ନୀଳକୁରିଞ୍ଜି’ ଫୁଲ । ଏହି ଫୁଲର ବିଶେଷ କଥା ହେଉଛି ଏହା ୧୨ ବର୍ଷରେ ଥରେ ଫୁଟିଥାଏ । କୁହାଯାଏ ଏହି ଚମତ୍କାରୀ ଫୁଲର ନୀଳ ରଂଗ ଯୋଗୁଁ ‘ନୀଳକୁରିଞ୍ଜି’ ଫୁଲର ନାମକରଣ କରାଯାଇଛି । କହିରଖୁଛୁ ୨୦୨୪ରେ ନୀଳକୁରିଞ୍ଜି ଫୁଲକୁ IUCN ଦ୍ୱାରା ବିପଦପୂର୍ଣ୍ଣ ପ୍ରଜାତି(threatened species)ର ନାଲି ତାଲିକାରେ ସାମିଲ କରାଯାଇଛି । ଏହି ତାଲିକାରେ ସେହି ପ୍ରଜାତିର ଉଦ୍ଭିଦ ଅନ୍ତର୍ଭୁକ୍ତ ଯାହାକି ଧିରେ ଧିରେ ବିଲୁପ୍ତ ହେବାକୁ ଯାଉଛି । ଏହି ତାଲିକା ମଧ୍ୟମରେ ନୀଳରିକୁଞ୍ଜ ଫୁଲର ସଂରକ୍ଷଣ ଉପରେ ଗୁରୁତ୍ୱ ଦିଆଯାଇଛି ଏବଂ ଏହାକୁ ବଞ୍ଚାଇବା ପାଇଁ ଅନୁରୋଧ କରାଯାଇଛି ।

Get real time updates directly on you device, subscribe now.