କୌନ ବନେଗା କରୋଡପତି ଶୋ ନାମରେ ଲକ୍ଷ ଲକ୍ଷ ଟଙ୍କା ଠକେଇ, ପିଏମ ମୋଦୀଙ୍କ ଫଟୋ ଦେଖାଇ ଦେଲେ ଧୋକା

ନୂଆଦିଲ୍ଲୀ: ଟେଲିଭିଜନ ଶୋ କୌନ ବନେଗା କରୋଡପତି ନାମରେ ଲକ୍ଷ ଲକ୍ଷ ଟଙ୍କା ଠକେଇ ହୋଇଛି। ଯାଞ୍ଚ ଏଜେନ୍ସି ସିବିଆଇ ଏହି ମାମଲାରେ ଏତଲା ଜାରି କରିଛି। ଜଣେ ଅଭିଯୁକ୍ତ ଦାବି କରିଛନ୍ତି ଯେ, ହିଟ ଟିଭି ଶୋ କୌନ ବନେଗା କରୋଡପତିରେ ୫.୬ କୋଟି ଟଙ୍କାର ପୁରଷ୍କାର ଜିତିବାର ମିଛ ପ୍ରତିଶ୍ରୁତି ଦେଇ ସେମାନେ ହାରାହାରି ୩ ଲକ୍ଷ ଟଙ୍କା ଠକିନେଇଛନ୍ତି। ଏହାପରେ ସିବିଆଇ ଠକେଇ, ଜାଲିୟାତି ଏବଂ ଆଇଟି ଆକ୍ଟ ଅନୁଯାୟୀ ମାମଲା ରୁଜ୍ଜୁ କରିଛି।

ଅଭିଯୁକ୍ତଙ୍କମାନଙ୍ଗକ ବିରୋଧରେ ସିବିଆଇର ଏଫଆଇଆରରେ ଏହା ମଧ୍ୟ କୁହାଯାଇଛି ଯେ, ଜଣେ ମହିଳା ନିଜକୁ ଜଣେ ସିନିୟର ସିବିଆଇ ଅଧିକାରୀ କହି, ପୀଡିତାଙ୍କୁ ଧୋକା ଦେବା ପାଇଁ ପିଏମ ମୋଦୀଙ୍କ ଫଟୋର ବ୍ୟବହାର କରିଛି। ପିଏମଓ ସିବିଆଇରେ ଅଭିଯୋଗ କରିବା ପରେ, ସିବିଆଇ ମାମଲା ରୁଜୁ କରିଛି।

ପୀଡିତା ଜଣକଙ୍କ କହିବାନୁଯାୟୀ, ଏହି ଠକମାନେ ଜିନକୁ କେବିସି ମୁମ୍ବାଇ ଏବଂ କେବିସି କୋଲକାତା କହି ଫୋନ କରିଥିଲେ। କେବିସି ମୁମ୍ବାଇ କହିଥିଲା ଯେ, ଆପଣ ୨୫ ଲକ୍ଷ ଟଙ୍କା ଜିତିଛନ୍ତି, ବର୍ତ୍ତମାନ ଏହାକୁ ବଢାଯାଇ ୫.୬ କୋଟି ଟଙ୍କା କରାଯାଇଛି। ସେହିପରି କେବିସି କୋଲକାତା କହିଛି ଯେ, ସେମାନେ ୭୫ ଲକ୍ଷ ଟଙ୍କା ଜିତିଛନ୍ତି, ଯାହାକୁ ବୃଦ୍ଧି କରାଯାଇ, ୨.୭୫ ଲକ୍ଷ ଟଙ୍କା କରାଯାଇଛି।ଏହି ପୁରଷ୍କାର ପାଇବା ପାଇଁ ପୀଡିତାଙ୍କୁ ୨.୭୫ ଲକ୍ଷ ଜମା କରିବାକୁ ପଡିବ। ଏହାପରେ ଠକେଇର ଶିକାର ହୋଇଥିଲେ ପୀଡିତା।