fbpx

ମାଗଣା ବିମାନ ଯାତ୍ରା ସହିତ ମିଳୁଛି ଖାଇବା: ଏମିତି ଉଠାନ୍ତୁ ଏହି ଅଫରର ଲାଭ

ନୂଆଦିଲ୍ଳୀ: କରୋନା ସଙ୍କଟ ଧୀରେ ଧୀରେ ଦୂର ହେଉଥିବା ବେଳେ ବିମାନ ଚଳାଚଳ ଶିଳ୍ପର ପୁନରୁତ୍ଥାନ ମଧ୍ୟ ହେବାରେ ଲାଗିଛି । ଏମିତି ଏକ ଅଘର ଆସିଛି ଯାହା ଶୁଣିଲେ ଆପଣ ମଧ୍ୟ ବିଶ୍ୱାସ କରି ପାରିବେ ନାହିଁ । ବିମାନ ଯାତ୍ରା ତାହା ପୁଣି ମାଗଣାରେ ଆଉ ଏହା ସହିତ ପରଶାଯିବ ସ୍ୱାଦିଷ୍ଟ ଖାଦ୍ୟ । ଘରୋଇ ବିମାନସେବା କମ୍ପାନୀ ଗୋ ଫାଷ୍ଟ ମାଗଣାରେ ଯାତ୍ରା ସହିତ ମାଗଣା ଖାଦ୍ୟର ସୁଯୋଗ ଦେଉଛି । ବେଙ୍ଗାଲୁରୁରେ ରହୁଥିବା ଲୋକ ଏହାର ଲାଭ ଉଠାଇ ପାରିବେ । ବେଙ୍ଗାଲୁରୁରୁ ବିମାନ ଯାତ୍ରା କରୁଥିବା ଯାତ୍ରୀଙ୍କୁ ମାଗଣା ଯାତ୍ରା ସହ ଖାଦ୍ୟ ଅଫର ଦିଆଯାଇଛି । ଯଦି ଆପଣ ବେଙ୍ଗାଲୁରୁରେ ରହୁଛନ୍ତି ଏବଂ କେଉଁଠିକି ଯିବାକୁ ଯୋଜନା କରିଛନ୍ତି ତେବେ ଗୋ ଫାଷ୍ଟ ଏୟାରଲାଇନ୍ସ ଆପଣକୁ ଏଭଳି ଆକର୍ଷଣୀୟ ସୁବିଧା ଦେଉଛି । ଅଧିକ ସୂଚନା ପାଇଁ ଗୋ ଫାଷ୍ଟ ଅଫିସିଆଲ ୱେବସାଇଡ୍ରେ ଯାଞ୍ଚ କରିପାରିବେ ।

କମ୍ପାନୀ ବେଙ୍ଗାଲୁରୁରୁ ମୁମ୍ବାଇ, ଦିଲ୍ଲୀ, ରାଞ୍ଜି, ବାରାଣାସି, କୋଲକାତା ଏବଂ ପୁନ୍ନେ ଯାତ୍ରା କରୁଥିଲେ ଯ୍ରାତୀ ମାଗଣା ଖାଦ୍ୟ ଓ ଟିକେଟ୍ର ସୁବିଧା ଦେଉଛି ।ଅଫର ବିଷୟରେ ଜାଣିବା ଏବଂ ଏହାର ଲାଭ ଉଠାଇବା ନିମନ୍ତେ ଗୋ ଫାଷ୍ଟ ନିଜର ୱେବ୍ ସାଇଡ୍ରେ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିଛି । ଏହା ୧୬ ଡିସେମ୍ବରରୁ ୧୦ ଜାନୁଆରୀ ୨୦୨୨ ପର୍ଯ୍ୟନ୍ତ ଉପଲବ୍ଧ ରହିଛି ।

Get real time updates directly on you device, subscribe now.