fbpx

ଦଲାଇ ଲାମାଙ୍କ ସହ ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ଆଲୋଚନା; ଏହି ସବୁ ପ୍ରସଙ୍ଗକୁ ନେଇ ଆଲୋଚନା

ନୂଆଦିଲ୍ଲୀ: ଆରଏସଏସ୍ ମୁଖ୍ୟ ମୋହନ ଭାଗବତ ହିମାଚଳ ଗସ୍ତରେ ସୋମବାର ବୌଦ୍ଧଗୁରୁ ଦଲାଇ ଲାମାଙ୍କ ସହ ସାକ୍ଷାତ କରିଛନ୍ତି । ଉଭୟଙ୍କ ମଧ୍ୟରେ ୫୦ ମିନିଟ୍ ଧରି ହୋଇଥିଲା ରୁଦ୍ଧଦ୍ୱାରା ବୈଠକ । ଉଭୟଙ୍କ ମଧ୍ୟରେ ହୋଇଥିବା ରୁଦ୍ଧଦ୍ୱାରା ବୈଠକ ବହୁ ଗୁରତ୍ୱପୂର୍ଣ୍ଣ କୁହାଯାଉଛି । ଦୁଇ ଜଣ ପ୍ରମୁଖ ଅଚାନକ ସାକ୍ଷାତ କରିବା ବିଶ୍ୱ ଶାନ୍ତି, ଜନ କଲ୍ୟାଣ ଏବଂ ଉଭୟ ଧର୍ମ ପକ୍ଷେ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି ।

ଆରଏସଏସ ନେତା ଇନ୍ଦ୍ରେଶ କୁମାର କହିଛନ୍ତି ଯେ ଆରଏସଏସ ପ୍ରମୁଖ ମୋହନ ଭାଗବତ ଏବଂ ଦଲାଇ ଲାମଙ୍କ ମଧ୍ୟ ଅନେକ ବିଷୟରେ ଆଲୋଚନା ହୋଇଛି । ଏନେଇ ଦଲାଇ ଲାମା କହିଛନ୍ତି ଯେ ବିଶ୍ୱରେ ଶାନ୍ତି, ସଘଂର୍ଷରୁ ମୁକ୍ତି ପାଇବା ପାଇଁ ଭାରତୀୟ ଧାର୍ମୀକ ସଦଭାବନା ସର୍ବୋତ୍ତମ । ଆଜି ବିଶ୍ୱଶାନ୍ତି ଆବଶ୍ୟକ । ପୁରା ବିଶ୍ୱବାସୀଙ୍କୁ ଏହା ଜାଣିବା ଦରକାର  । ବିଶ୍ୱର ବିସ୍ତାରବାଦକୁ ଲୋକ କରିବା ଆବଶ୍ୟକ ଏବଂ ସ୍ୱତନ୍ତ୍ରତାକୁ ସମ୍ମାନ ଜଣାଇବା ଦରକାର ବୋଲି କହିଛନ୍ତି ।

Get real time updates directly on you device, subscribe now.