fbpx

କରୋନାରେ ଛାତ୍ରଛାତ୍ରୀଙ୍କୁ ବଣ୍ଟାଯିବ ମାଗଣା ପାଠ୍ୟପୁସ୍ତକ, ଗଣଶିକ୍ଷା ବିଭାଗର ନିଷ୍ପତ୍ତି

ଭୁବନେଶ୍ୱର, ୩୦ା୪ (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଯୋଗୁଁ ବର୍ତ୍ତମାନ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ବନ୍ଦ ରହିଛି । ତେବେ ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷା ବିକାଶ ନେଇ ସରକାର ଏକ ନୂତନ ପଦକ୍ଷେପ ଗ୍ରହଣ କରିଛନ୍ତି । ଶିକ୍ଷାବର୍ଷ ଆରମ୍ଭରୁ ପିଲାଙ୍କୁ ମାଗଣାରେ ପାଠ୍ୟପୁସ୍ତକ ଯୋଗାଇଦେବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।

ଛାତ୍ରଛାତ୍ରୀଙ୍କ ଶିକ୍ଷାକୁ ଗୁରୁତ୍ୱ ଦେଇ କରୋନା ସମୟରେ ମଧ୍ୟ ପୁସ୍ତକ ବଣ୍ଟନ କରାଯିବ । ଏଥିନେଇ ଏକ ଏସଓପି ଜାରି କରାଯାଇଛି । ଅଭିଭାବକମାନେ ସ୍କୁଲକୁ ଆସି ପାଠ୍ୟପୁସ୍ତକ ସଂଗ୍ରହ କରିପାରିବେ ବୋଲି କୁହାଯାଇଛି । ଏହି ସମୟରେ ଅଭିଭାବକମାନେ କୋଭିଡ୍ ଗାଇଡଲାଇନକୁ ପାଳନ କରିବେ । ବହି ବଣ୍ଟନ ସମୟରେ ୧୫ ଜଣ ଅଭିଭାବକ କାଉଣ୍ଟରରେ ଓ ୧୫ ଜଣ ୱେଟିଂ ରୁମରେ ରହିପାରିବେ । ତେବେ କଣ୍ଟେନମେଣ୍ଟ ଜୋନରେ ପାଠ୍ୟପୁସ୍ତକ ବଣ୍ଟନ କରାଯିବ ନାହିଁ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.