fbpx

ଏଣିକି ଦେଶବାସୀଙ୍କୁ ମିଳିବ ମାଗଣା ବିଦ୍ୟୁତ ସହ ଏହି ସବୁ ସୁବିଧା, ଜାଣନ୍ତୁ କ’ଣ ରହିଛି ଆପ୍ ପ୍ରମୁଖ ଅରବିନ୍ଦ କେଜରିୱାଲଙ୍କ ୧୦ଟି ଗ୍ୟାରେଣ୍ଟି

ନୂଆଦିଲ୍ଲୀ: ମେ ୧୩ରେ ଲୋକସଭା ନିର୍ବାଚନର ୪ର୍ଥ ପର୍ଯ୍ୟାୟ ମତଦାନ ଅନୁଷ୍ଠିିତ ହେବ । ଏଥିମଧ୍ୟରେ ଆପ୍ ପ୍ରମୁଖ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଆଜି ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଦେଶବାସୀଙ୍କ ଉଦେ୍ଦଶ୍ୟରେ ୧୦ଟି ଗ୍ୟାରେଣ୍ଟି ଉପସ୍ଥାପନ କରିଛନ୍ତି । ଏହା ସହ ସେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ ଯଦି କେନ୍ଦ୍ରରେ ଆପ୍ ସରକାର ଗଠନ ହୁଏ ତେବେ ଦେଶର ବିକାଶକୁ ମାଧ୍ୟମରେ ସୁନିଶ୍ଚିତ କରାଯିବ । ଏନେଇ ଆପ୍ ‘ଏକ୍ସ’ରେ ଏକ ଭିଡ଼ିଓ ଶେୟାର କରିଛି ଯେଉଁଥିରେ କେଜରିୱାଲ ୧୦ଟି ଗ୍ୟାରେଣ୍ଟି ବିଷୟରେ କହିଛନ୍ତି ।

ଗ୍ୟାରେଣ୍ଟି ୧- ୨୪ ଘଣ୍ଟା ମାଗଣା ବିଦ୍ୟୁତ ଯୋଗାଣ: ବର୍ତ୍ତମାନ ଦେଶ ପିକ୍ ଡିମାଣ୍ଡ ୨ ଲକ୍ଷ ମେଗାୱାଟ୍ ରହିଛି । ଆପ୍ ପାଖରେ ୩ ଲକ୍ଷ ମେଗାୱାଟ୍ ଉତ୍ପାଦନ କରିବାର କ୍ଷମତା ରହିଛି । କିନ୍ତୁ ଖରାପ ପରିଚାଳନା ହେତୁ ବିଦ୍ୟୁତ କାଟ୍ ହେଉଛି । ଆପ୍ ସରକାର କେନ୍ଦ୍ରକୁ ଆସିଲେ ଗରିବଙ୍କ ପାଇଁ ୨୦୦ ୟୁନିଟ୍ ମାଗଣା ବିଦ୍ୟୁତ ଯୋଗାଣ ସେବା ଉପଲବ୍ଧ ହେବ । ଏଥିପାଇଁ ବାର୍ଷିକ ଦେଢ଼ ଲକ୍ଷ କୋଟି ଟଙ୍କାର ଖର୍ଚ୍ଚ ସରକାର ବହନ କରିବ ।

ଗ୍ୟାରେଣ୍ଟି ୨- ସମସ୍ତ ପିଲାଙ୍କ ପାଇଁ ମାଗଣା ଶିକ୍ଷା: ଦେଶର ସମସ୍ତ ପିଲାଙ୍କୁ ମାଗଣା ଶିକ୍ଷା ପ୍ରଦାନ କରାଯିବ । ସରକାରୀ ସ୍କୁଲଗୁଡ଼ିକର ସ୍ତର ବୃଦ୍ଧି କରାଯିବା ସହ ଉନ୍ନତ କରାଯିବ । ଏହି କାମ ଶେଷ କରିବା ପାଇଁ ୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ । ଦେଖିବାକୁ ଗଲେ ପ୍ରତି ବର୍ଷ ୫୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ଯାହା କେନ୍ଦ୍ର ଏବଂ ରାଜ୍ୟ ସରକାର ମିଳିତ ଭାବେ ବହନ କରିବେ ।

ଗ୍ୟାରେଣ୍ଟି ୩- ମାଗଣା ବିଶ୍ୱସ୍ତରୀୟ ଚିକିତ୍ସା: ସାରା ଦେଶରେ ମୋହଲ୍ଲା କ୍ଲିନିକ୍ ଖୋଲଯିବ । ଏହା ଅନ୍ତର୍ଗତ ଉଭୟ ଧନୀ ଏବଂ ଗରିବ ଶ୍ରେଣୀର ବ୍ୟକ୍ତିଙ୍କୁ ମାଗଣାରେ ଚିକିତ୍ସା ସୁବିଧା ପ୍ରଦାନ କରାଯିବ । ଚିକିତ୍ସାର ଗୁଣବତ୍ତା ବିଶ୍ୱସ୍ତରୀୟ ରହିବ ଯାହାର ଖର୍ଚ୍ଚ ସରକାର ବହନ କରିବେ ।

ଗ୍ୟାରେଣ୍ଟି ୪- ରାଷ୍ଟ୍ର ସୁରକ୍ଷା: ଚୀନ ଦଖଲ କରିଥିବା ସମସ୍ତ ଭାରତୀୟ ଜମିକୁ ମୁକ୍ତ କରାଯିବ । ଗୋଟିଏ ପଟେ କୂଟନୈତିକ ସ୍ତରରେ କାର୍ଯ୍ୟ କରାଯିବା ସହ ସେନାକୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦିଆଯିବ ।

ଗ୍ୟାରେଣ୍ଟି ୫- ଅଗ୍ନିବୀର ଯୋଜନାକୁ ବନ୍ଦ କରିଦିଆଯିବ: ଅଗ୍ନିବୀର ଯୋଜନା ଅନ୍ତର୍ଗତ ୪ ବର୍ଷ ପରେ ଯୁବକଙ୍କୁ ବହିଷ୍କାର କରିଦିଆଯାଏ । ଏମିତିରେ ଆମେ ସେନାକୁ ଦୁର୍ବଳ କରୁଛୁ ।

ଗ୍ୟାରେଣ୍ଟି ୬-  କୃଷକଙ୍କ ଫସଲ ମୂଲ୍ୟ ନିଶ୍ଚିତ ହେବ: ଆପ୍ କେନ୍ଦ୍ରକୁ ଆସିଲେ ସ୍ୱାମିନାଥନ୍ ରିପୋର୍ଟ ଲାଗୁ କରିବ । ଏହା ଅନ୍ତର୍ଗତ କୃଷକଙ୍କୁ ଏମଏସପି ମୂଲ୍ୟ ଦିଆଯିବ ଯଦ୍ୱାରା କୃଷକ ଉପକୃତ ହେବେ ।

ଗ୍ୟାରେଣ୍ଟି ୭- ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ପ୍ରଦାନ କରାଯିବ ।

ଗ୍ୟାରେଣ୍ଟି ୮- ବେକାରୀ ସମସ୍ୟା ଦୂର କରିବା: ଗୋଟିଏ ବର୍ଷରେ ପ୍ରାୟ ୨ କୋଟି ରୋଜଗାର ବ୍ୟବସ୍ଥା କରାଯିବ । ସମସ୍ତ ଯୁବ ବର୍ଗଙ୍କୁ ସରକାରୀ ଚାକିରି ପାଇଁ ପ୍ରସ୍ତୁତ କରାଯିବ । ନିଯୁକ୍ତି ବାହାରିଲେ ନିରପେକ୍ଷ ଭାବରେ ପରୀକ୍ଷା ଅନୁଷ୍ଠିତ ହେବ ।

ଗ୍ୟାରେଣ୍ଟି ୯- ଭ୍ରଷ୍ଟାଚାର ଦୂର କରିବା:  କେଜରିୱାଲ କହିଛନ୍ତି, ‘ବିଜେପିର ୱାଶିଂ ମେଶିନକୁ ଛକରେ ଆଣାଯାଇ ଭଙ୍ଗାଯିବ ।’ ସଚ୍ଚୋଟ ଲୋକଙ୍କୁ ଜେଲ ପଠାଇବା ଏବଂ ଦୁର୍ନୀତିଗ୍ରସ୍ତଙ୍କୁ ସୁରକ୍ଷା ପ୍ରଦାନ କରୁଥିବା ବର୍ତ୍ତମାନର ଯୋଜନାକୁ ରଦ୍ଦ କରିଦିଆଯିବ । ସାରା ଦେଶକୁ ଦୁର୍ନୀତିମୁକ୍ତ କରାଯିବ ।

ଗ୍ୟାରେଣ୍ଟି ୧୦- ବ୍ୟବସାୟ ବିସ୍ତାର କରିବା: ଦେଶରେ ଅନେକ ବଡ଼ ବ୍ୟବସାୟୀ ନିଜ ବ୍ୟବସାୟ ବନ୍ଦ କରି ବିଦେଶ ଯାଇ ସାରିଛନ୍ତି । ଫଳରେ ଦେଶର ଅନେକ କ୍ଷତି ହୋଇଛି । ତେଣୁ ଜିଏସଟିକୁ ଚଗଖଇରୁ ବାହାର କରାଯିବା ସହ ଏହାର ସରଳୀକରଣ କରାଯିବ । ବାଣିଜ୍ୟରେ ଚୀନକୁ ପଛରେ ଛାଡ଼ିବା ହେଉଛି ଇଣ୍ଡିଆ ମେଣ୍ଟ ସରକାରର ଯୋଜନା ।

Get real time updates directly on you device, subscribe now.