ଲଖନଉ: ଉତ୍ତରପ୍ରନେଶରେ ମାଗଣା ରାସନ ବଣ୍ଟନ ଯୋଜନା ଚଳିତ ମାସରେ ବନ୍ଦ ହେବ ନାହିଁ । ଯୋଗୀ ଆଦିତ୍ୟନାଥ ସରକାର ଗରିବଙ୍କୁ ମାଗଣା ରାସନ ଯୋଗାଇବା ଯୋଜନାକୁ ବିସ୍ତାର କରିବାକୁ ଯାଉଛନ୍ତି । ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ଏହା ଜାରି ରହିବ । ଏହି ମାମଲାରେ ଚୂଡ଼ାନ୍ତ ନିଷ୍ପତ୍ତି ସରକାର ଗ୍ରହଣ କରିବେ ।
ଏହିପରି ବର୍ଷକୁ ୨ ଥର ହୋଲି ଓ ଦୀପାବଳିରେ ମାଗଣା ସିଲିଣ୍ଡର ଯୋଗାଇବାକୁ ଖାଦ୍ୟ ଓ ଯୋଗାଣ ବିଭାଗ ସରକାରଙ୍କୁ ଏକ ପ୍ରସ୍ତାବ ପଠାଇଛି । ତେବେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପ୍ରଚାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମାଗଣା ରାସନ ଯୋଜନାକୁ ଜାରି ରଖିବାକୁ ଜନସାଧାରଣଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଏବେ ରାଜ୍ୟ ସରକାର ଏହି ଯୋଜନାକୁ ଲୋକସଭା ନିର୍ବାଚନ ଅର୍ଥାତ୍ ୨୦୨୪ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଚେଷ୍ଟା କରୁଛନ୍ତି । ଏହା ଦ୍ୱାରା ରାଜ୍ୟର ୧୫ କୋଟି ହିତାଧିକାରୀ ଉପକୃତ ହେବେ ।