ପିଏମ୍ ଆବାସ ଘର ପାଇଁ ମିଳିବ ମାଗଣା ବାଲି, ରାଜସ୍ୱ ମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର: ପିଏମ ଆବାସ ଯୋଜନାରେ ଘର ପାଇଁ ମିଳିବ ମାଗଣା ବାଲି ।

ଘର ତିଆରି ପାଇଁ ୨ ଟ୍ରାକ୍ଟର ବାଲି ଦେବେ ରାଜ୍ୟ ସରକାର । ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।

ଏ ନେଇ ପରମିଟ୍ ଇସ୍୍ୟୁ ହେବ, ଡ୍ରାଫ୍ଟ ପ୍ରସ୍ତୁତ ହୋଇଛି । ବାଲି ଉଠାଣ ପାଇଁ ହାଇୱା ବଦଳରେ ଅନ୍ୟ ଗାଡ଼ି ବ୍ୟବହାର କରାଯିବ ।

ବାଲି ଉଠାଣ ପାଇଁ ବ୍ୟବହାର ହେବାକୁ ଥିବା ଗାଡ଼ି ପାଇଁ ଏସଓପି ହୋଇଥିବା କହିଲେ ରାଜସ୍ୱ ମନ୍ତ୍ରୀ ।