ଫ୍ରାନ୍ସ: ଫ୍ରାନ୍ସରେ ମାତ୍ର ୩ ମାସରେ ଭାଙ୍ଗିଗଲା ସରକାର । ପ୍ରଧାନମନ୍ତ୍ରୀ ମିଶେଲ୍ ବାର୍ନିୟରଙ୍କୁ ବଡ଼ ଝଟକା । ଅନାସ୍ଥା ପ୍ରସ୍ତାବ ହାରିଲେ ପ୍ରଧାନମନ୍ତ୍ରୀ ମିଶେଲ୍ । ଆଜି କ୍ୟାବିନେଟ୍ ସାଙ୍ଗକ ଇସ୍ତଫା ପତ୍ର ଦେବେ ମିଶେଲ । ଫ୍ରାନ୍ସରେ ଗତ ୬୦ ବର୍ଷରେ ପ୍ରଥମ ଥର ଲାଗି ଏମିତି ଘଟଣା ସାମ୍ନାକୁ ଆସିଛି । ବାମପନ୍ଥୀ ଦଳ ଏନ୍ଏଫ୍ପି ସଙ୍ଗଠନ ପକ୍ଷରୁ ସଂସଦରେ ଅନାସ୍ଥା ପ୍ରସ୍ତାବ ଅଣାଯାଇଥିଲା । ପ୍ରସ୍ତାବ ସପକ୍ଷରେ ୩୩୧ ସାଂସଦ ମତ ରଖିଥିଲେ । ସରକାର ଭାଙ୍ଗିବାକୁ ମାତ୍ର ୨୮୮ ଭୋଟର ଆବଶ୍ୟକତା ଥିଲା ।