BIG BREAKING: ଘନ ଘନ ବୈଠକ,ବାହାରୁନି ସମାଧାନ
ପଟିଆ ସ୍ଥିତ ହୋଟେଲରେ ବରିଷ୍ଠ ଓ ଯୁବ ବିଜେଡି ନେତାଙ୍କ ମେଳି । ବରିଷ୍ଠ ନେତାଙ୍କ ସହ ସାମିଲ ହୋଇଛନ୍ତି ଯୁବ ବିଜେଡି ନେତା ।
ଭୁବନେଶ୍ୱର: ବିଜେଡିରେ ଦେଖାଦେଉଛି ଅନ୍ତଃକନ୍ଦଳ। ସାମାଧାନର ବାଟ ବାହାରୁନି। ଏବେ ଘର କଥା ଘାଟରେ ପଡ଼ି ହାଟରେ ଗଡ଼ିଲାଣି। ରାଜ୍ୟସଭାରେ ୱାକଫ୍ ବିଲ୍ ଭୋଟିଂକୁ ନେଇ ବିଜେଡିରେ ଲାଗି ରହିଛି ବିବାଦ।
ଘନ ଘନ ବସୁଛି ବୈଠକ। ବାହାରୁନି ସମାଧାନ ବାଟ। ଗତକାଲି ବିଜେଡି ସୁପ୍ରିମଙ୍କ ନିବାସ ଆଜି ପଟିଆ ସ୍ଥିତ ହୋଟେଲରେ ବରିଷ୍ଠ ଓ ଯୁବ ବିଜେଡି ନେତାଙ୍କ ମେଳି । ଦଳର ସ୍ଥିତି ନେଇ ଚାଲିଛି ଆଲୋଚନା ।
ପଟିଆ ସ୍ଥିତ ଏକ ହୋଟେଲରେ ଚାଲିଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ବରିଷ୍ଠ ନେତାଙ୍କ ସହ ସାମିଲ ହୋଇଛନ୍ତି ଯୁବ ବିଜେଡି ନେତା । ଶଶିଭୂଷଣ ବେହେରା, ଅଶୋକ ପଣ୍ଡା, ଚନ୍ଦ୍ର ସାରଥୀ ବେହେରା ଉପସ୍ଥିତ ।
ଗତକାଲି ବରିଷ୍ଠ ନେତା ନବୀନ ନିବାସରେ ପହଞ୍ଚି ସୁପ୍ରିମୋଙ୍କୁ ଭେଟିଥିଲେ। ସେଠାରେ ନେତାଙ୍କୁ ପାଟି ଚୁପ୍ ରଖିବାକୁ ପରାମର୍ଶ ଦେଇଥିଲେ ନବୀନ। ଗଣମାଧ୍ୟମ ଆଗରେ ମୁହଁ ନଖୋଲିବାକୁ ପରାମର୍ଶ ଦିଆଯାଇଥିଲା।
ଦଳରେ ଚାଲିଥିବା ବିବାଦ ଭିତରେ ଗତକାଲି ନବୀନ ନିବାସ ପହଞ୍ଚିଥିଲେ ଦେବୀ ମିଶ୍ର, ପ୍ରସନ୍ନ ଆଚାର୍ୟ୍ୟ, ଅନଙ୍ଗ ଉଦୟ ସିଂଦେଓ, କଳିକେଶ ସିଂଦେଓ, ପ୍ରତାପ ଦେବ ଆଦି ବରିଷ୍ଠ ନେତା ।