fbpx

ସିଙ୍ଗଡା ଖାଉଥିଲେ ସାବଧାନ! ବାହାରିପାରେ ବେଙ୍ଗ ଗୋଡ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଆପଣ ଜଣେ ସିଙ୍ଗଡା ପ୍ରେମୀ ହୋଇଥିଲେ ଏହି ଖବର ଆପଣଙ୍କ ପାଇଁ । ସାବଧାନ ! ସିଙ୍ଗଡା ଖାଉ ଖାଉ ବାହାରିପାରେ ବେଙ୍ଗ ଗୋଡ । କଥାଟି ଶୁଣିବା ପାଇଁ ଆଶ୍ଚର୍ଯ୍ୟ ଲାଗିଲେ ବି ସତ ପ୍ରମାଣିତ ହୋଇଛି । କାରଣ ଏଭଳି ଏକ ଘଟଣା ଗଜିଆବାଦରୁ ସାମ୍ନାକୁ ଆସିଛି । ଏକ ହୋଟେଲରୁ ଜଣେ ବ୍ୟକ୍ତି ସିଙ୍ଗଡା କିଣି ଖାଉଥିବା ବେଳେ ସେଥିରୁ ବେଙ୍ଗର ଗୋଡ ବାହାରିଥିଲା । ଏହାପରେ ଉକ୍ତ ଦୋକାନରେ ହଙ୍ଗାମା ଦେଖାଯାଇଥିଲା । ବେଙ୍ଗ ଗୋଡ ଦେଖି ରାଗି ଯାଇଥିଲେ ଗ୍ରାହକ । ଦୋକାନକୁ ଯାଇ କହିବା ପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହାପରେ ବ୍ୟକ୍ତି ଜଣକ 112କୁ କଲ୍ କରି ପୋଲିସକୁ ଖବର ଦେଇଥିଲେ ।

ସୂଚନା ଅନୁସାରେ, ଗଜିଆବାଦର ଇନ୍ଦିରାପୁରମ ସ୍ଥିତ ପ୍ରସିଦ୍ଧ ମିଠା ଦେକାନରେ ସିଙ୍ଗଡ଼ାରୁ ବେଙ୍ଗ ଗୋ଼ଡ ବାହାରିଥିଲା । ବ୍ୟକ୍ତି ଜଣକ ସିଙ୍ଗଡା କିଣି ଘରକୁ ନେଇ ପରିବାର ସହିତ ମିଶି ଖାଉଥିଲେ । ହେଲେ ହଠାତ୍ ସେଥିରୁ ଏକ ବେଙ୍ଗ ଗୋଡ ବାହାରିଥିଲା । ତେବେ ପୋଲିସରେ ଏତଲା ଦେବା ପରେ ଖାଦ୍ୟ ସୁରକ୍ଷା ବିଭାଗ ଦୋକନାର ସାମଗ୍ରୀକୁ ଜବତ କରି ଯାଞ୍ଚ ପାଇଁ ପଠାଇଛନ୍ତି । ଏହାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଯାହାକି ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେବାରେ ଲାଗିଛି । ତେବେ ଦୋକାନୀ ଏବଂ ଗ୍ରାହକଙ୍କ ମଧ୍ୟରେ ହଙ୍ଗାମା ମଧ୍ୟ ହୋଇଥିବା ଜଣାପଡିଛି ।

Get real time updates directly on you device, subscribe now.