ଭୁବନେଶ୍ୱର: ରାଜଧାନୀରେ ନାଗପୁର ଢାଞ୍ଚାରେ ହେବ ଏଲିଭେଟେଡ୍ କରିଡର । ଏ ନେଇ ସୂଚନା ଦେଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ଜୟଦେବ ବିହାରଠାରୁ ନନ୍ଦନକାନନ ପର୍ଯ୍ୟନ୍ତ ହେବ ଏଲିଭେଟେଡ୍ କରିଡର ବା ଫ୍ଲାଏଓଭର । ୨୭୦୦ କୋଟି ଟଙ୍କା ବ୍ୟୟବରାଦରେ ହେବ ଏଲିଭେଟେଡ୍ ରୋଡ୍ ।
ଏପ୍ରିଲ ଶେଷ ସୁଦ୍ଧା ଫ୍ଲାଏ ଓଭର କାମ ହେବ ଆରମ୍ଭ । ସବୁ ଛକରେ ରହିବ ବାଇପାସ୍ ରୋଡ୍ ।