fbpx

‘ଅଯୋଧ୍ୟା’ରୁ ‘ଟାଇମ ସ୍କୋୟାର’ ଯାଏ, ସବୁଠି ଶୁଭିବ ‘ରାମ’ ନାମ: ରାମଲଲାଙ୍କ ପ୍ରାଣପ୍ରତିଷ୍ଠାର ହେବ LIVE ପ୍ରସାରଣ

ନୂଆଦିଲ୍ଲୀ: ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ଭବ୍ୟ ରାମମନ୍ଦିର ପ୍ରତିଷ୍ଠା ହେବାକୁ ଯାଉଛି । ତେବେ ଏଥିପାଇଁ ସରକାରଙ୍କ ସମେତ ସାରା ବିଶ୍ୱ ମଧ୍ୟ ଜୋରସୋରରେ ପ୍ରସ୍ତୁତିରେ ଲାଗିପଡ଼ିଛି । ତେବେ ଯେଉଁମାନେ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ସମାରୋହରେ ଅଯୋଧ୍ୟାରେ ସାମିଲ ହୋଇପାରିବେ ନାହିଁ ସେମାନଙ୍କ ପାଇଁ ଉପଲବ୍ଧ ହେବ ସିଧା-ପ୍ରସାରଣ । ଅଯୋଧ୍ୟରୁ ରାମଲଲାଙ୍କର ପ୍ରାଣପ୍ରତିଷ୍ଠାର ସିଧାପ୍ରସାରଣ କେବଳ ଦେଶରେ ନୁହେଁ ବରଂ ସାରା ବିଶ୍ୱରେ ହେବାର ଯୋଜନା ରହିଛି ।

ସରକାରଙ୍କର ସୂଚନା ଓ ପ୍ରସାରଣ ବିଭାଗ ପକ୍ଷରୁ ଏ ନେଇ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଛି । ଦୂରଦର୍ଶନରେ ଏହାର ସ୍ୱତନ୍ତ୍ର ପ୍ରସାରଣ ୨୨ ତାରିଖରେ କରାଯିବ । ଏହା ସହିତ ବିଭିନ୍ନ ସଂଗଠନ ଦ୍ୱାରା ଏହାକୁ ପ୍ରତି ଗାଁରେ ମନ୍ଦିରରେ ସିଧାପ୍ରସାରଣ କରାଯିବାର ଯୋଜନା ପ୍ରସ୍ତୁତ କରାଯାଇଛି ।

ତେବେ ଦେଶ ସହିତ ବିଦେଶରେ ମଧ୍ୟ ଏହାର ସିଧାପ୍ରସାରଣ କରାଯିବ । ଆମେରିକାର ଟାଇମ ସ୍କୋୟାରରେ ମଧ୍ୟ ଏହାର ସିଧାପ୍ରସାରଣ କରାଯିବ । ଅନୃ ଦେଶମାନଙ୍କରେ ମଧ୍ୟ ସ୍ଥାନୀୟ ସମୟ ଅନୁସାରେ ଏହାର ସିଧାପ୍ରସାରଣ କରାଯିବ । ତେବେ ଏହା ସ୍ୱାଧୀନ ଭାରତର ପ୍ରଥମ ସାମାଜିକ କାର୍ଯ୍ୟକ୍ରମ ହେବାକୁଯାଉଛି ଯେଉଁଥିରେ ଭାରତର ପ୍ରତ୍ୟେକ ବ୍ୟକ୍ତି ତଥା ଜନସାଧାରଣଙ୍କର ସହଭାଗିତା ରହିଛି ବୋଲି ବିଜେପିର ଜଣେ ପ୍ରମୁଖ ନେତା କହିଛନ୍ତି ।

ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ ଧାର୍ମିକ ଆସ୍ଥା ସହିତ ଏହା ଦେଶର ସାମାଜିକ ଏବଂ ରାଷ୍ଟ୍ରୀୟ ଚେତାନର ମଧ୍ୟ ଉତ୍ସବ । ଅନ୍ୟପକ୍ଷରେ ବିଜେପି ଅଧ୍ୟକ୍ଷ ଜେ. ପି. ନଡ୍ଡା ମଙ୍ଗଳବାର ଦିନ ଦଳ ମହାସଚିବଙ୍କ ସହିତ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟସୂଚୀର ସମୀକ୍ଷା କରିଛନ୍ତି । ଏହା ସହିତ ଦଳର ସମସ୍ତ ନେତା ସେହି ଦିନ ଯେକୌଣସି ମନ୍ଦିରରେ ଆରତୀ ସମୟରେ ସେଠାରେ ଉପସ୍ଥିତ ରହିବେ । ଏପରିକି କେଉଁ ରାଜ୍ୟର କେଉଁ ନେତା କେଉଁ ମନ୍ଦିରକୁ ଯିବେ ଏ ନେଇ ମଧ୍ୟ ଏକ ସୂଚୀ ପ୍ରସ୍ତୁତ ହୋଇସାରିଛି ।

Get real time updates directly on you device, subscribe now.