fbpx
BSKY
BJD SHG SKY
BJD YOUTH SKY

ମହାରାଷ୍ଟ୍ର ରାଜନୀତି; ଆଜି ବିଧାୟକଙ୍କ ଅଯୋଗ୍ୟତା ସହ ଜଡ଼ିତ ମାମଲା ଉପରେ ହେବ ନିଷ୍ପତ୍ତି

ନୂଆଦିଲ୍ଲୀ: ଆଜି ମହାରାଷ୍ଟ୍ର ରାଜନୀତି ପାଇଁ ଗୁରୁତ୍ୱପୂର୍ଣ୍ଣ ଦିନ । ବିଧାନସଭା ବାଚେସ୍ପତି ରାହୁଲ ନାର୍ଭେକର ଏକନାଥ ଶିନ୍ଦେ ଏବଂ ଦଳର ୧୬ ଜଣ ବିଧାୟକଙ୍କ ଅଯୋଗ୍ୟତା ସହ ଜଡ଼ିତ ମାମଲା ଉପରେ ନିଷ୍ପତ୍ତି ଶୁଣାଇବେ । ବୁଧବାର ଅପରାହ୍ନ ୪ଟାରେ ଏହି ନିଷ୍ପତ୍ତି ଆସିପାରେ । ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ରାହୁଲ ନାର୍ଭେକରଙ୍କ ସମ୍ମୁଖରେ ବର୍ତ୍ତମାନ ବଡ଼ ସମସ୍ୟା ଉପୁଜିଛି ଯେ ପ୍ରକୃତ ଶିବସେନା କିଏ ? ଯଦି ଏକନାଇ ଶିନ୍ଦେ ଅଯୋଗ୍ୟ ପ୍ରମାଣିତ ହୁଅନ୍ତି ତେବେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ିପାରେ ।

ଶିବସେନା ବିଧାୟକଙ୍କ ଅଯୋଗ୍ୟତା ମାମଲାକୁ ନେଇ ନିଷ୍ପତ୍ତି ଆସିବା ପୂର୍ବରୁ ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ କହିଥିଲେ ବାଚସ୍ପତିଙ୍କ ନିଷ୍ପତ୍ତି ଯାହା ବି ହେଉ ଆମ ସରକାର ସ୍ଥିର ରହିବ । ଆମ ଆଲିଆନ୍ସ ଆଇନଗତ ଭାବେ ବୈଧ ଆଟେ ଏବଂ ବାଚସ୍ପତିଙ୍କ ନିଷ୍ପତ୍ତି ଆମ ପକ୍ଷରେ ରହିବ ବୋଲି ଆଶା କରୁଛୁ । ୨୦୨୩ ଡିସେମ୍ବର ୧୪ରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଶିବସେନା ବିଧାୟକଙ୍କ ଅଯୋଗ୍ୟତା ମାମଲାକୁ ନେଇ ରାହୁଲ ନର୍ଭେକରଙ୍କୁ ୧୦ ଦିନର ସମୟ ଦିଆଯାଇଥିଲା । ପରେ ସମୟ ଅବଧିକୁ ବୃଦ୍ଧି କରାଯାଇଥିଲା ।

Get real time updates directly on you device, subscribe now.