fbpx

ଜାନୁଆରୀ ୨୨ରୁ ଆମର କଳିଯୁଗ ଆରମ୍ଭ ହେବ: ରାମ ମନ୍ଦିରକୁ ନେଇ କଂଗ୍ରେସ ନେତାଙ୍କ ବିବାଦୀୟ ବୟାନ

ଓଡିଶା ଭାସ୍କର: ଆସନ୍ତା ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ପ୍ରଭୁଙ୍କ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ ହେବ। ଏହା ମଧ୍ୟରେ ଗର୍ଭ ଗୃହସ୍ଥିତ ଆସନରେ ପ୍ରଭୁ ରାମଲଲାଙ୍କ ମୂର୍ତ୍ତିକୁ ରଖା ଯାଇସାରିଛି। ଆଉ ଏହି ପ୍ରତିଷ୍ଠା ଉତ୍ସବକୁ ନେଇ ସାରା ଦେଶ ଚଳଚଞ୍ଚଳ ହୋଇଉଠିଛି। ସେହିପରି ଏହାକୁ ନେଇ ସବୁଠି ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟ ସୃଷ୍ଟି ହୋଇଛି। ମାତ୍ର ରାମ ମନ୍ଦିର ବିରୋଧରେ କଂଗ୍ରେସ ସମେତ ବିଭିନ୍ନ ଦଳର ନେତା ପ୍ରତ୍ୟେକ ସୀମା ଭାଙ୍ଗୁଥିବା ଦେଖିବାକୁ ମିଳୁଛି। ତେବେ ରାମ ମନ୍ଦିର ବିରୋଧରେ ସଦ୍ୟତମ ବିବୃତ୍ତି କଂଗ୍ରେସ ନେତା ଉଦିତ ରାଜଙ୍କଠାରୁ ଆସିଛି। ସେ କହିଛନ୍ତି ଯେ ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ପରେ ଅର୍ଥାତ ୨୨ ଜାନୁଆରୀରୁ ଆମର କଳିଯୁଗ ଆରମ୍ଭ ହେବ। ଜାତୀୟ ଗଣମାଧ୍ୟମ ଏଏନଆଇକୁ ସେ ସାକ୍ଷାତକାର ଦେଉଥିବା ସମୟରେ ଏଭଳି ଏକ ବିବାଦୀୟ ବୟାନ ରଖିଛନ୍ତି। ଯାହାକୁ ନେଇ ସବୁଠି ଚର୍ଚ୍ଚା ଓ ଆଲୋଚନା ଲାଗି ରହିଛି।

ଏହା ସହ କଂଗ୍ରେସ ଦଳର ନେତା ଉଦିତ ରାଜ କହିଛନ୍ତି ଯେ ୧୯୪୯ ରୁ ୧୯୯୦ ପର୍ଯ୍ୟନ୍ତ ହିନ୍ଦୁ ମହାସଭା, ଆରଏସଏସ ଏବଂ ଜନ ସଂଗଠନ କ’ଣ କରୁଥିଲେ? ସେ ଦାବି କରିଛନ୍ତି ଯେ ଯଦି ମଣ୍ଡଳ କମିଶନ ଆସି ନଥାନ୍ତା ତେବେ ରାମ ମନ୍ଦିର ନିର୍ମାଣ ହୋଇନଥାନ୍ତା। ପ୍ରକୃତ ସତ୍ୟ ହେଉଛି ପଛୁଆ ଶ୍ରେଣୀର ସଂରକ୍ଷଣ ବିରୁଦ୍ଧରେ ସୃଷ୍ଟି ହୋଇଥିବା ନିଆଁ ବା ଆନ୍ଦୋଳନକୁ ଆଡଭାନୀ ଯେଉଁଭଳି ଦିଗ ଦେଇ ରଥଯାତ୍ରା ଆରମ୍ଭ କରିଥିଲେ। ଏଥିରେ ଯଦି ମଣ୍ଡଳ କମିଶନ ନଥାନ୍ତେ ତାହେଲେ ରାମ ମନ୍ଦିର ନିର୍ମାଣ ହୋଇ ପାରିନଥାନ୍ତା। ଏହା ସହ ସେ କହିଛନ୍ତି, ଯେ ଆମକୁ ଆମ୍ବେଦକରବାଦୀ ହେବାକୁ ପଡିବ। ହଜାର ହଜାର ବର୍ଷ ଧରି ଦଳିତମାନେ ଗାଁର ସୀମାନ୍ତରେ ବସବାସ କରୁଥିଲେ ଏବଂ ଉପର ଜାତିର ଲୋକମାନେ ସେମାନଙ୍କର ଛାୟା ଦ୍ୱାରା ମଧ୍ୟ ଅଶୁଦ୍ଧ ହେଉଥିଲେ। ପ୍ରଭୁ ରାମ-କୃଷ୍ଣ ହଜାର ହଜାର ବର୍ଷ ଧରି ସେଠାରେ ଥିଲେ, ଆମର କ’ଣ ଅସୁବିଧା ଥିଲା? ଶୁଣନ୍ତୁ ଏହା ସହ ସେ ଆଉ କ’ଣ ସବୁ କହିଛନ୍ତି…

Get real time updates directly on you device, subscribe now.