fbpx

ନିଶାରାଣୀଙ୍କ ନିଶାନାରେ ଛାତ୍ରଛାତ୍ରୀ ଓ ଯୁବ ଗୋଷ୍ଠୀ; ରାଜଧାନୀରେ ନୂଆ ଷ୍ଟାଇଲ ନିଶା ବେପାରରେ ମହିଳା

ରାଜଧାନୀର ଛାତି ଉପରେ ବେଧଡକ୍ ଚାଲୁଛି ହ୍ୟାଣ୍ଡମେଡ୍ ଗଞ୍ଜେଇ ସିଗାରେଟର ବେପାର

ଭୁବ ନେଶ୍ଵର: ନିଶାରାଣୀଙ୍କ ନିଶାନାରେ ଛାତ୍ରଛାତ୍ରୀ ଓ ଯୁବ ଗୋଷ୍ଠୀ, ରାଜଧାନୀ ନୂଆ ଷ୍ଟାଇଲ ନିଶା ବେପାରରେ ମହିଳା । ହ୍ୟାଣ୍ଡମେଡ୍ ଗଞ୍ଜେଇ ସିଗାରେଟର ଚାହିଦା ବଢୁଛି। ରାଜଧାନୀର ଛାତି ଉପରେ ବେଧଡକ୍ ଚାଲୁଛି ହ୍ୟାଣ୍ଡମେଡ୍ ଗଞ୍ଜେଇ ସିଗାରେଟର ବେପାର । ଏହି ହ୍ୟାଣ୍ଡମେଡ୍ ନିଶାଦ୍ରବ୍ୟର ମେକର୍ ସାଜିଛନ୍ତି ମହିଳା । ଟାର୍ଗେଟ ରେ କଲେଜ୍ ଷ୍ଟୁଡେଣ୍ଟ୍ ।

ପୁରୁଣା ଭୁବନେଶ୍ୱର କପିଳେଶ୍ୱର ଅଞ୍ଚଳର ଏମିତି ଜଣେ ମହିଳାଙ୍କୁ ବାନ୍ଧିଛି ଅବକାରୀ ବିଭାଗ । କମଳା ସାହୁ ଦୀର୍ଘଦିନ ହେବ ପାନ ଦୋକାନ ରେ ଗଞ୍ଜେଇ ବିକ୍ରି କରୁଥିଲେ । ସାମ୍ନାରେ ପାନ ଦୋକାନ ଭିତରେ ଚାଲୁଥିଲା କୋଡ୍ ୱାର୍ଡରେ ରେ କୋଟି କୋଟି ର ଖେଳ । ୧୨ କେଜିରୁ ଅଧିକ ଗଞ୍ଜେଇ ଏବଂ ପୁଳା ପୁଳା ଗଞ୍ଜେଇ ସିଗାରେଟ୍ ଜବତ କରାଯାଇଛି । ଅବକାରୀ ଡେପୁଟି ସୁପରିଟେଣ୍ଡେଣ୍ଟଙ୍କ କହିବା କଥା, କନ୍ଧମାଳରୁ ଗଂଜେଇ ଆଣି, ଘରେ ସ୍ୱାମୀ ସହ ମିଶି ତିଆରି କରୁଥିଲେ ଗଂଜେଇ ସିଗାରେଟ୍‌ । ଆଉ ସେସବୁକୁ ମାର୍କେଟକୁ ଛାଡୁଥିଲେ ।

ନିଶା ବେପାରୀଙ୍କ ବେଶି ଟାର୍ଗେଟ ହେଉଛନ୍ତି ଛାତ୍ରଛାତ୍ରୀ ଓ ଯୁବ ଗୋଷ୍ଠୀ । କୋଡ୍ ୱାର୍ଡରେ ସ୍ପେଶାଲ, ବାବା, ଶୁଖା, ରକେଟ୍, ଚାଇନିଜ୍, ଚାମ୍ବା, ତୋପ ମାଗିଲେ ହାତକୁ ବଢେଇ ଦିଆଯାଉଛି ଗଞ୍ଜେଇ ଭର୍ତ୍ତି ସିଗାରେଟ । ଯାହାର ମୂଲ୍ୟ ୧୦ରୁ ଶହେ ଟଙ୍କା ଯାଏଁ ।

Get real time updates directly on you device, subscribe now.