ଭୁବନେଶ୍ୱର,୧୭ ।୭(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଆଜି ରାତି ୯ଟାରୁ ଜୁଲାଇ ୩୧ ପର୍ଯ୍ୟନ୍ତ ୪ ଜିଲ୍ଲା ଓ ରାଉରକେଲାରେ ଲକ ଡାଉନ୍ ଲାଗୁ ହେବ । ସେହି ୪ଟି ଜିଲ୍ଲା ମଧ୍ୟରେ ରହିଛି ଗଞ୍ଜାମ, ଖୋର୍ଦ୍ଧା, ଯାଜପୁର ଓ କଟକ । ଲକଡାଉନ ସମୟରେ କଡାକଡି ନିମୟ ପାଳନ ହେବ ବୋଲି କମିଶନର କହିଛନ୍ତି ।
ତେବେ ଲୋକମାନଙ୍କୁ ଟିକେ ଆଶ୍ବସ୍ତି ମିଳିଛି । କାରଣ ଲକଡାଉନରେ ଖୋଲାରହିବ ଫଳ, ମାଛ, ମାଂସ ଓ ଅଣ୍ଡା ଦୋକାନ । ପ୍ରତିଦିନ ସକାଳ ୬ଟାରୁ ଦିନ ୧ ଟା ଯାଏ ଦୋକାନ ଖୋଲାରହିବ । ଆବଶ୍ୟକ ହେଲେ ଅଲଗା ଜାଗାକୁ ଏସବୁ ଦୋକାନକୁ ସ୍ଥାନାନ୍ତର କରାଯିବ । ଲକଡାଉନ ହୋଇଥିବା ୪ ଜିଲ୍ଲା ଓ ରାଉରକେଲା ସହର ପାଇଁ ଏହି ନିୟମ ଲାଗୁ ହେବ । ସଂଶୋଧିତ ନିର୍ଦ୍ଦେଶନାମାରେ ଏନେଇ ସ୍ପଷ୍ଟ କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ଅନ୍ୟପଟେ ଲାଇସେନ୍ସପ୍ରାପ୍ତ ଦୋକାନୀ ମଦ ହୋମ ଡେଲିଭରି କରିପାରିବେ ବୋଲି କୁହାଯାଇଛି ।