fbpx

କୋଭିଡ୍ ମୁକ୍ତ ହେବା ପରେ ଡେଲଟା ପ୍ଲସରେ ସଂକ୍ରମିତ ନେଇ ଆସିଲା ରିପୋର୍ଟ; ପଢନ୍ତୁ ପୁରା ଖବର

ଜୟପୁର(ଓଡ଼ିଶା ଭାସ୍କର) : ରାଜସ୍ଥାନରେ ଦେଖାଦେଇଥିବା ଡେଲଟା ପ୍ଲସ୍ ଭାରିଆଣ୍ଟ ଆକ୍ରାନ୍ତ ମହିଳାଙ୍କୁ ନେଇ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ରାଜସ୍ଥାନର ଏହି ୬୫ ବର୍ଷୀୟ ମହିଳା ଜଣଙ୍କ ନିଜର ଟିକାକରଣର ଦୁଇ ଡୋଜ୍ ସମ୍ପୂର୍ଣ୍ଣ କରିଥିବା ବେଳେ ଡେଲଟା ଭାରିଆଣ୍ଟ ଦ୍ୱାରା ଆକ୍ରାନ୍ତ ଅଛନ୍ତି । ଟିକାକରଣ ପରେ ମଧ୍ୟ ମହିଳା ଜଣକ କରୋନାରେ ଆକ୍ରାନ୍ତ ହୋଇଥିଲେ । ତେବେ ମହିଳା ଜଣଙ୍କ କରୋନାରୁ ସୁସ୍ଥ ହୋଇ ସାରିଥିବା ବେଳେ ଡେଲଟା ଭାରିଆଣ୍ଟ ସଂକ୍ରମିତ ରିପୋର୍ଟ ଆସିବା ରାଜସ୍ଥାନ ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି । ମେ ୩୧ ତାରିଖରେ ମହିଳାଙ୍କ ନମୂନା ଜିନୋମ୍ ସିକ୍ୱେନ୍ସିଂ ପାଇଁ ଯାଇଥିଲା ।

ତେବେ ୨୫ ଦିନ ପରେ ରିପୋର୍ଟ ଆସିଲା ବେଳକୁ ମହିଳା ଜଣକ ସୁସ୍ଥ ହୋଇ ଘରକୁ ଯାଇ ସାରିଥିଲେ । ରିପୋର୍ଟ ଆସିବା ପରେ ରାଜସ୍ଥାନ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ କରାଯାଇଛି । ବିକାନେର ଜିଲ୍ଲାପାଳଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ଏହା ସହିତ ଉକ୍ତ ଅଞ୍ଚଳରେ ବିଗତ ଏକ ମାସ ମଧ୍ୟରେ ଆକ୍ରାନ୍ତ ହୋଇଥିବାକ ସମସ୍ତଙ୍କର ଜିନୋମ୍ ସିକ୍ୱେନ୍ସିଂ କରାଯିବ ବୋଲି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.