fbpx

ISRO ମୁଖ୍ୟଙ୍କ ସୂଚନା: ଆଜି ଲଞ୍ଚ ହେବ ନାହିଁ ପ୍ରଥମ ଟେଷ୍ଟ ଉଡ଼ାଣ, ସ୍ଥଗିତ ରହିଲା ଗଗନଯାନ ମିଶନ

ନୂଆଦିଲ୍ଲୀ: ଭାରତର ଗୁରୁତ୍ୱପୂର୍ଣ୍ଣ ଗଗନଯାନ ମିଶନକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଏନେଇ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ସୂଚନା ଦିଆଯାଇଛି । ବୈଷୟିକ ଜନିତ ତ୍ରୁଟି କାରଣରୁ ଗଗନଯାନ ମିଶନର କ୍ରୁ ମଡ୍ୟୁଲର ଲଞ୍ଚିଂକୁ ସ୍ଥଗିତ ରଖାଯାଇଛି । ଖରାପ ମୌସୁମୀ କାରଣରୁ ଆଜି ଲଞ୍ଚ ହେବାକୁ ଥିବା ମିଶନକୁ ସ୍ଥଗିତ ରଖାଯାଇଥିବା ଇସ୍ରୋ ମୁଖ୍ର ଏସ. ସୋମନାଥ ସୂଚନା ଦେଇଛନ୍ତି ।

ଖରାପ ସୌମୁମୀ କାରଣରୁ ଆଜି ଲଞ୍ଚ ହେବାକୁ ଥିବା ମିଶନକୁ ସ୍ଥଗିତ ରଖାଯାଇଥିବା ବେଳେ ଖୁବଶୀଘ୍ର ପ୍ରକ୍ଷେପଣକୁ ରିଶିଡ୍ୟୁଲ କରାଯିବା ସହିତ ନୂଆ ତାରିଖ ଘୋଷଣା କରାଯିବ । ଏହି ମିଶନରେ କିଛି ତ୍ରୁଟି ରହିଥିବା ଇସ୍ରୋର ବୈଜ୍ଞାନିକମାନେ ଜାଣି ପାରିଥିଲେ । ତେବେ ଟେଷ୍ଟ ଯାନ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ରହିଥିବା ବେଳେ ଇଞ୍ଜିନରେ କୌଣସି କ୍ଷତି ହୋଇନାହିଁ । ଏହି ତ୍ରୁଟିକୁ ବିଶ୍ଲେଷଣ କରି ଖୁବଶୀଘ୍ର ତା’ର ସମାଧାନ କରାଯିବ ବୋଲି ବୋଲି ଏସ. ସୋମନାଥ କହିଛନ୍ତି ।

ଏହି ଟେଷ୍ଟ ଉଡ଼ାଣର ସଫଳତା ଗଗନଯାନ ମିଶନର ପରବର୍ତ୍ତୀ ସମସ୍ତ ପ୍ଲାନିଂର ରୂପରେଖ ସ୍ଥିର କରିବ । ଏହାପରେ ଆସନ୍ତା ବର୍ଷା ପୁଣି ଏକ ଟେଷ୍ଟ ଉଡ଼ାଣ କରାଯିବ, ଯେଉଁଥିରେ ମାନବଯୁକ୍ତ ରୋବୋଟ ବ୍ୟୋମମିତ୍ରକୁ ପଠାଯିବ । ଗଗନଯାନ ମିଶନ ଭାରତ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ? ଏହି ତିନିଦିନିଆ ମିଶନ ଜରିଆରେ ମଣିଷକୁ ଉଚ୍ଚ ସ୍ଥାନରୁ ଭୂପୃଷ୍ଠର ୪୦୦ କିଲୋମିଟର ଗଭୀର କକ୍ଷପଥକୁ ପଠାଇବା ଓ ସେମାନଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବାକୁ ଇସ୍ରୋ ଲକ୍ଷ୍ୟ ରଖିଛି । ଭାରତୀୟ ମହାକାଶଯାତ୍ରୀମାନେ ଧରିତ୍ରୀର ୪୦୦ କିମି ଗଭୀରକୁ ଯାଇ ଅନୁସନ୍ଧାନ କରିବେ । ଗଗନଯାନ ମିଶନ ୨୦୨୨ରେ ଲଞ୍ଚ ହେବାର ଥିଲା । ମାତ୍ର କୋଭିଡ-୧୯ ମହାମାରୀ ଓ ମିଶନରେ ଜଟିଳତା କାରଣରୁ ଏ କ୍ଷେତ୍ରରେ ବିଳମ୍ବ ହୋଇଥିଲା । ଯଦି ଇସ୍ରୋର ଏହି ମିଶନ ସଫଳ ହୁଏ, ତେବେ ଆମେରିକା, ଚୀନ ଓ ପୂର୍ବବର୍ତ୍ତୀ ସୋଭିଏତସଂଘ ପରେ ମହାକାଶକୁ ମଣିଷକୁ ପଠାଇବା କ୍ଷେତ୍ରରେ ଭାରତ ଚତୁର୍ଥ ଦେଶ ହୋଇଯିବ । ମହାକାଶରେ ମଣିଷର ଉଡ଼ାଣ କ୍ଷେତ୍ରରେ ଭାରତର କ୍ଷମତାକୁ ସାରା ଦୁନିଆକୁ ଦେଖାଇବା ଏହାର ଉଦ୍ଦେଶ୍ୟ ରହିଛି ।

Get real time updates directly on you device, subscribe now.