fbpx

କରୋନାରେ ଗଜପତି ମହାରାଜ ଦିବ୍ୟସିଂହ ଦେବ: ରାଷ୍ଟ୍ର୍ରପତିଙ୍କ ପୁରୀ ଗସ୍ତ କାର୍ଯ୍ୟକ୍ରମରେ ନେବେ ନାହିଁ ଭାଗ

ଭୁବନେଶ୍ୱର: କରୋନା ମହାମାରୀ କବଳରେ ଗଜପତି ମହାରାଜ । ପୁରୀର ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିବା ନେଇ ସୂଚନା ମିଳିଛି । ସେ ନିଜର ଆରଟିପିସିଆର କୋଭିଡ ଟେଷ୍ଟ କରାଇଥିବା ବେଳେ ଆଜି ତାଙ୍କ ରିପୋର୍ଟ ପଜିଟିଭ ଆସିଛି । କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ଏକ ପ୍ରେସ ମିଟ ଜରିଆରେ ସ୍ପଷ୍ଟ କରିଛନ୍ତି ଗଜପତି ମହାରାଜଙ୍କ ବ୍ୟକ୍ତିଗତ ସଚିବ । ତେବେ କୌଣସି ଲକ୍ଷଣ ନଥିବା ସହ ସ୍ୱାସ୍ଥ୍ୟଗତ ସମସ୍ୟା ନାହିଁ ବୋଲି ଜଣାଯାଇଛି । ସେପଟେ ଆସନ୍ତା କାଲି ରାଷ୍ଟ୍ରପତି ପୁରୀ ଗସ୍ତରେ ରହିଛନ୍ତି । ତେଣୁ ରାଷ୍ଟ୍ରପତିଙ୍କର ଏହି କାର୍ଯ୍ୟକ୍ରରେ ଯୋଗ ଦେବେ ନାହିଁ ଗଜପତି ମହାରାଜ ଦିବ୍ୟସିଂହ ଦେବ ।

Get real time updates directly on you device, subscribe now.