fbpx

ଗମ୍ଭୀର ପ୍ରତିଦିନ ପାଇବେ ୨୧ ହଜାର ଟଙ୍କା ଦରମା… ପୂରା ଦରମା କେତେ? କେତେ ପାଇଥିଲେ ଦ୍ରାବିଡ?

ନୂଆଦିଲ୍ଲୀ: ଇଣ୍ଡିଆନ୍ କ୍ରିକେଟ ଟିମରେ କୋଚ୍ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି ଗୌତମ ଗମ୍ଭୀର । ତେବେ ଜୁଲାଇ ୨୭ ତାରିଖରୁ ଶ୍ରୀଲଙ୍କା ବିପକ୍ଷରେ ଆରମ୍ଭ ହେବାକୁ ଥିବା ଟି-୨୦ ସିରିଜରେ ମୁଖ୍ୟ କୋଚ୍ ଭାବରେ ସେ କାର୍ଯ୍ୟ ଆରମ୍ଭ କରିବେ । ବର୍ତ୍ତମାନ ଏହି ସିରିଜ ପାଇଁ ଟିମ ଇଣ୍ଡିଆ ଘୋଷଣା ହୋଇ ନଥିବା ବେଳେ ଖୁବଶୀଘ୍ର ଏହାର ଘୋଷଣା କରିପାରେ ବିସିସିଆଇ । ତେବେ ଗମ୍ଭୀର କୋଚ୍ ଦାୟିତ୍ୱ ନେବା ଦିନରୁ ତାଙ୍କ ଦରମାକୁ ନେଇ ଖୁବ ଚର୍ଚ୍ଚା ହେଉଛି ।

ଭାରତୀୟ କ୍ରିକେଟ ଟିମର ନୂଆ ମୁଖ୍ୟ କୋଚ୍ ଭାବରେ ଗୌତମ ଗମ୍ଭୀରଙ୍କୁ ଚୟନ କରିଛି ବୋର୍ଡ । ତେବେ ଗମ୍ଭୀରଙ୍କ ଦରମା ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ଦିଆ ଯାଇନାହିଁ । ତେବେ ରାହୁଲ ଦ୍ରାବିଡଙ୍କ ଅପେକ୍ଷା ଗମ୍ଭୀର ଅଧିକ ଦରମା ପାଇବେ ବୋଲି ଆଶା କରାଯାଉଛି । ଭାରତକୁ ୧୭ ବର୍ଷ ପରେ ଟି-୨୦ ଚମ୍ପିଆନ୍ କରାଇଥିବା କୋଚ୍ ରାହୁଲ ଦ୍ରାବିଡ ବାର୍ଷିକ ୧୨ କୋଟି ଟଙ୍କା ଦରମା ପାଉଥିଲେ । ତେବେ ରିପୋର୍ଟ ଅନୁସାରେ, ବିଦେଶୀ ଗସ୍ତରେ ଗମ୍ଭୀରଙ୍କୁ ପତ୍ୟେକ ଦିନ ୨୧ ହଜାର ଟଙ୍କା(ଡଲି ଆଲାଉନ୍ସ) ପ୍ରଦାନ କରାଯିବ । ଏହା ଦରମା ପରେ ଅତିରିକ୍ତ ଟଙ୍କା ପାଇବେ ଗମ୍ଭୀର । ଡେଲି ଆଲାଉନ୍ସରେ ଖାଦ୍ୟ, ଯାତ୍ରା, ଲଣ୍ଡ୍ରି ଇତ୍ୟାଦି ସାମିଲ ରହିଛି ।

ରାହୁଲ ଦ୍ରାବିଡଙ୍କ ପରେ ଭାରତର ମୁଖ୍ୟ କୋଚ୍ ପଦବୀ ପାଇଛନ୍ତି ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର । ତେବେ ଗମ୍ଭୀରଙ୍କ ଅସଲ ପରୀକ୍ଷା ୨୦୨୫ରେ ହେବାକୁ ଯାଉଛି । କାରଣ ଆସନ୍ତାବର୍ଷ ୨ଟି ବଡ଼ ଇଭେଣ୍ଟ ଅନୁଷ୍ଠିତ ହେବ । ପାକିସ୍ତାନରେ ହେବାକୁ ଥିବା ଚମ୍ପିଆନ୍ସ ଟ୍ରଫି ଖେଳାଯିବ । ଏହାବ୍ୟତୀତ ୨୦୨୫ରେ ହିଁ ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲ ମଧ୍ୟ ଖେଳାଯିବ ।

Get real time updates directly on you device, subscribe now.