fbpx

ନିମନ୍ତ୍ରଣ ଦେବା ପାଇଁ ନିଜେ ଯାଇଥିଲେ ମୁକେଶ ଅମ୍ବାନୀ, ହେଲେ ଅନନ୍ତ-ରାଧିକାଙ୍କ ବିବାହରେ ଯୋଗ ଦେବେନି ଗାନ୍ଧୀ ପରିବାର

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରୀଜର ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ଏବଂ ଶିଳ୍ପପତି ବୀରେନ ମର୍ଚାଣ୍ଟଙ୍କ ଝିଅ ରାଧିକା ମର୍ଚାଣ୍ଟ ୧୨ ଜୁଲାଇ ୨୦୨୪ରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଏହି ବିବାହରେ ଦେଶ ଏବଂ ବିଦେଶର ବଡ଼ ବଡ଼ ଲୋକେ ଏଥିରେ ସାମିଲ ହେବେ । ଏହାରି ମଧ୍ୟରେ କୁହାଯାଉଛି ଯେ, ଗାନ୍ଧୀ ପରିବାରର କୌଣସି ସଦସ୍ୟ ଏହି ବିବାହରେ ଯୋଗ ଦେବେନି । ସୋନିଆ ଗାନ୍ଧୀ ଅମ୍ବାନୀ ପରିବାରକୁ ନିଜ ଶୁଭକାମନା ଜଣାଇବେ ।

ଏହା ପୂର୍ବରୁ ଶିଳ୍ପପତି ମୁକେଶ ଅମ୍ବାନୀ ୪ ଜୁଲାଇ ୨୦୨୪ରେ କଂଗ୍ରେସ ନେତା ସୋନିଆ ଗାନ୍ଧୀଙ୍କ ସହ ଭେଟି ତାଙ୍କ ଘରେ ଦଶ ଜନପଥରେ ପହଞ୍ଚଥିଲେ । ଏଠାରେ ସେ ସୋନିଆ ଗାନ୍ଧୀଙ୍କୁ ଅନନ୍ତ ଏବଂ ରାଧିକାଙ୍କ ବିବାହ ପାଇଁ ନିମନ୍ତ୍ରଣ ଦେଇଥିଲେ । ମୁକେଶ ଅମ୍ବାନୀ ନିଜ ପୁଅଙ୍କ ବିବାହ ପାଇଁ ଖାସ ବନ୍ଧୁମାନଙ୍କୁ ନିଜେ ନିମନ୍ତ୍ରଣ କରିବାକୁ ଯାଇଥିଲେ ।

ଗତ ମାସରେ ୨୬ ଜୁନରେ ମୁକେଶ ଅମ୍ବାନୀ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସହ ଭେଟି ତାଙ୍କୁ ବି ନିଜ ପୁଅ ବିବାହରେ ନିମନ୍ତ୍ରଣ ଦେଇଛନ୍ତି । ଅନେକ ରାଜନୈତିକ ନେତା ଅନନ୍ତ-ରାଧିକାଙ୍କ ବିବାହରେ ସାମିଲ ହେବାକୁ ଯାଉଛନ୍ତି । ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ମୁକେଶ ଅମ୍ବାନୀଙ୍କ ପୁଅଙ୍କ ବିବାହରେ ସାମିଲ ହେବା ପାଇଁ ଗୁରୁବାର ଦିନ ମୁମ୍ବାଇକୁ ଗସ୍ତ କରିଛନ୍ତି ।

Get real time updates directly on you device, subscribe now.