fbpx

ଦେଶର ପ୍ରଥମ ହ୍ୱିଲଚେୟାର ଡେଲିଭରି ବଏ, ସହଜ ନଥିଲା ସଂଘର୍ଷ

କୁହାଯାଏ ମଣିଷ ଯଦି କଠିନରୁ କଠିନ ପରିସ୍ଥିତିରେ ବି ଧୈର୍ଯ୍ୟ ରଖିବେ ତେବେ ସେ ସବୁ ବିପରୀତ ପରିସ୍ଥିତିର ସାମ୍ନା କରିପାରିବେ । ସେ ଯେତେବଡ଼ ବାଧା ହୋଇଥାଉନା କାହିଁକି, ଧୈର୍ଯ୍ୟ, ଇଚ୍ଛାଶକ୍ତି ଏବଂ ସାହସ ବଳରେ ସବୁ ବାଧାକୁ ପାର କରିହୁଏ, ପହଞ୍ଚିହୁଏ ନିଜ ଲକ୍ଷ୍ୟ ସ୍ଥଳରେ ।

ଏହିଭଳି ଜଣେ ବ୍ୟକ୍ତି ହେଉଛନ୍ତି ଚେନ୍ନାଇର ୩୭ ବର୍ଷୀୟ ଗଣେଶ ମୁରୁଗନ, ଯିଏକି ହ୍ୱିଲଚେୟାର ସାହାଯ୍ୟରେ ଲୋକଙ୍କୁ ଖାଦ୍ୟ ପହଞ୍ଚାଉଛନ୍ତି, କାରଣ ସେ ଏବେ ଜଣେ ଡେଲିଭରି ମ୍ୟାନ୍ । ପ୍ରାୟ ୬ ବର୍ଷ ପୂର୍ବେ ଏକ ଟ୍ରକ୍ ଦୁର୍ଘଟଣାରେ ଟ୍ରକ୍ ତଳେ ଚାପି ହୋଇ ଗଣେଶଙ୍କ ମେରୁ ହାଡ଼ରେ ଗମ୍ଭୀର ଆଘାତ ଲାଗିଥିଲା । ଯେଉଁଥିରେ ସେ ଆଂଶିକ ଭାବରେ ପକ୍ଷାଘାତ(ପାରାଲିସିସ) ହୋଇଯାଇଥିଲେ । ଆଉ ସବୁଠୁ ବଡ଼ କଥା ହେଉଛି ସେ ଏହି ଘଟଣା ପରେ ବି ନିଜର ସାହସ ଏବଂ ଧୈର୍ଯ୍ୟକୁ ବଜାୟ ରଖିଥିଲେ । ଗଣେଶ ମୋଟର ଦ୍ୱାରା ଚାଲୁଥିବା ଏକ ହ୍ୱିଲଚେୟାର ସାହାଯ୍ୟରେ ଡେଲିଭରି ବଏ ଭାବରେ ନିଜର ଚାକିରି ଆରମ୍ଭ କିରିଥିଲେ ଆଉ ଖୁସିର କଥା ଏପରି କରିବାରେ ସେ ସଫଳ ହୋଇଛନ୍ତି ।

ଏକ ରିପୋର୍ଟ ଅନୂଯାୟୀ ଗଣେଶ ମୁରୁଗନଙ୍କ ଏହି କାହାଣୀ ଆଇପିଏସ ଦୀପାଂଶୁ କାବରା ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଶେୟାର କରିଛନ୍ତି । ଦୀପାଂଶୁ କାବରା ତାଙ୍କର ପ୍ରଂଶସା କରିବା ସହ କହିଛନ୍ତି ଯେ ଗଣେଶ ମୁରୁଗନ ସେ ସମସ୍ତଙ୍କ ପାଇଁ ପ୍ରେରଣା ଯେଉଁମାନେ କଠିନ ପରିସ୍ଥିତିରେ ଲଢ଼ିବା ବଦଳରେ ହାର ମାନି ଯାଉଛନ୍ତି । ଇଣ୍ଟରନେଟ୍ ରେ ଏଭଳି ସାହସୀ ଲୋକଙ୍କ ଏଭଳି ପ୍ରେରଣାଦାୟୀ କାହାଣୀ ମିଳିଥାଏ, ଯେଉଁମାନେ ନିଜ ଲକ୍ଷ୍ୟକୁ ହାସଲ କରିବା ପାଇଁ ସବୁ ସମ୍ଭବ ପ୍ରୟାସ କରିଥାନ୍ତି । ଗଣେଶ ମୁରୁଗନ ଏହି ଭଳି ଜଣେ ଉଦାହରଣ ।

Get real time updates directly on you device, subscribe now.