fbpx

୨.୫ ଲକ୍ଷ କୋଟି ଟଙ୍କାର ଋଣ କରିଛନ୍ତି ଗୌତମ ଆଦାନୀ: LIC ସମେତ SBI, Axis Bank, PNB ଭଳି ଦେଶର ପ୍ରମୁଖ ବ୍ୟାଙ୍କ ସାମିଲ

ନୂଆଦିଲ୍ଲୀ: ଆମେରିକୀୟ ରିସର୍ଚ୍ଚ ଫାର୍ମ ହିଣ୍ଡେନ୍‌ବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ଆଦାନୀ ସମୁହ ପାଇଁ ସବୁ କିଛି ଠିକ୍ ଚାଲୁନାହିଁ। ରିପୋର୍ଟରେ ସମୁହ ଉପରେ ବଡ଼ ରକମର ଋଣ ନେଇ ପ୍ରଶ୍ନ କରାଯାଇଥିଲା। ଏହାରି ମଧ୍ୟରେ ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ କହିଛି ଯେ, ଆଦାନୀ ସମୁହର କମ୍ପାନୀ ଗୁଡ଼ିକୁ ପ୍ରାୟ ୨୧,୦୦୦ କୋଟି ଟଙ୍କାର ଋଣ ଦେଇଛି। ଏସ୍‌ବିଆଇ ଦେଇଥିବା ଋଣ ଏହାର ବିଦେଶୀ ଶାଖା ଗୁଡ଼ିକର ୨୦୦ ମିଲିୟନ ଡଲାର ସାମିଲ ଅଛି।

ଏହି ବିଷୟରେ ବ୍ଲୁମବର୍ଗ ରିପୋର୍ଟ ମୁତାବକ ଏସ୍‌ବିଆଇ ଅଧ୍ୟକ୍ଷ ଦିନେଶ କୁମାର କହିଛନ୍ତି ଯେ, ଆଦାନୀ ସମୁହର କମ୍ପାନୀ ଗୁଡ଼ିକ ବର୍ତ୍ତମାନ ପର୍ଯ୍ୟନ୍ତ ଋଣ ସଠିକ୍ ସମୟରେ ଋଣ ଫେରାଇଚନ୍ତି। ଏଥିରେ କୌଣସି ସମସ୍ୟା ଦେଖା ଯାଇନାହିଁ। ତେନୁ ବ୍ୟାଙ୍କ ବର୍ତ୍ତମାନର ସ୍ଥିତି ପାଇଁ ଚିନ୍ତିତ ନୁହେଁ। ଅନ୍ୟତମ ବ୍ୟାଙ୍କ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଆଦାନୀ ସମୁହକୁ ୭,୦୦୦ କୋଟି ଟଙ୍କା ଋଣ ଦେଇଥିବା ସୂଚନା ଦେଇଛି। ଯେଉଁଥିରେ ୨,୦୦୦ କୋଟି ଏୟାରପୋର୍ଟ ସମ୍ବଧିତ ବ୍ୟବସାୟ ପାଇଁ ଅଟେ। ସେହିପରି ଜାମ୍ମୁ-କାଶ୍ମୀର ବ୍ୟାଙ୍କ ମଧ୍ୟ ଆଦାନୀ ସମୁହକୁ ଦେଇଥିବା ଋଣ ବିଷୟରେ ସୂଚନା ଦେଇଛି। ୧୦ ବର୍ଷ ତଳେ ବ୍ୟାଙ୍କ ସମୁହକୁ ୪୦୦ କୋଟି ଟଙ୍କାର ଲୋନ୍ ଦେଇଥିଲା। ଯାହା ଏବେ ହ୍ରାସ ପାଇ ୨୫୦ ବାକି ଅଛି।

ଏହାରି ମଧ୍ୟରେ ରିଜର୍ଭ ବ୍ୟାଙ୍କ ଆଦାନୀ କମ୍ପାନୀ ଗୁଡ଼ିକୁ ଦେଇଥିବା ଋଣ ସମ୍ପର୍କରେ ସମସ୍ତ ତଥ୍ୟ ଦେଶର ବ୍ୟାଙ୍କ ଗୁଡ଼ିକୁ ମାଗିଛନ୍ତି। ଆରବିଆଇ ବ୍ୟାଙ୍କଗୁଡିକ ଠାରୁ ବିସ୍ତୃତ ସୂଚନା ଲୋଡିଛି ଯାହା ଦ୍ୱାରା କେଉଁ ବ୍ୟାଙ୍କ ଆଦାନୀ ଗୋଷ୍ଠୀର କମ୍ପାନୀକୁ ଋଣ ଦେଇଛି ଏବଂ ଏହା ବଦଳରେ କେଉଁ ବନ୍ଧକ ରଖାଯାଇଛି। ପ୍ରଥମ ଘରୋଇ ସେକ୍ଟର ବ୍ୟାଙ୍କ ଭାବେ ଆକ୍ସିସ୍ ବ୍ୟାଙ୍କ ମଧ୍ୟ ଆଦାନୀ ସମୁହକୁ ଦେଇଥିବା ଋଣ ବିଷୟରେ ସୂଚନା ଦେଇଛି। ବ୍ୟାଙ୍କ ଆରବିଆକୁ ସୂଚନା ପ୍ରଦାନ କରି ବ୍ୟାଙ୍କ କହିଛି ଯେ ଆମେ କୌଣସି କମ୍ପାନୀକୁ ଋଣ ପରିମାଣ କେବଳ ସୁରକ୍ଷା, ଦାୟିତ୍ ଏବଂ ପରିଶୋଧ କରିବାର କ୍ଷମତା ଆଧାରରେ ଦେଇଥାଉ।

ତେବେ ବ୍ୟାଙ୍କ ଦେଇଥିବା ଋଣ ଏହାର ମୋଟ ୠଣର ୦.୯୪ ପ୍ରତିଶତ ଅଟେ। ଆକ୍ସିସ୍ ବ୍ୟାଙ୍କ ରିଜର୍ଭ ବ୍ୟାଙ୍କକୁ କହିଛି ଯେ ଆଦାନୀ ଗ୍ରୁପ୍କୁ ଦିଆଯାଇଥିବା ଋଣ ମୁଖ୍ୟତଃ ବନ୍ଦର, ଟ୍ରାନ୍ସମିସନ୍‌, ପାୱାର, ଗ୍ୟାସ୍ ବଣ୍ଟନ, ସଡକ ଏବଂ ବିମାନବନ୍ଦର ଭଳି କ୍ଷେତ୍ରରେ କାର୍ଯ୍ୟ କରୁଥିବା କମ୍ପାନୀମାନଙ୍କୁ ଦିଆଯାଇଛି। ସେହିପରି ବ୍ୟାଙ୍କ ଅଫ ବରୋଦା ମଧ୍ୟ ଆଦାନୀ ସମୁହକୁ ଋଣ ଦେଇଥିବା କହିଛି। ତେବେ ଡିସେମ୍ବର ପର୍ଯ୍ୟନ୍ତ ଋଣ ପରିଶୋଧରେ କୌଣସି ସମସ୍ୟା ଦେଖା ଦେଇ ନାହିଁ।

ଗ୍ଲୋବାଲ୍ ବ୍ରୋକରେଜ୍ ସଂସ୍ଥା ସିଏସ୍‌ଏଲସ୍‌ଏ ଅନୁଯାୟୀ ଆଦାନୀ ଗ୍ରୁପ୍‌ର ମୋଟ ଋଣ ୨ ଲକ୍ଷ କୋଟି ଟଙ୍କା ରହିଛି। ଗତ ତିନିବର୍ଷ ମଧ୍ୟରେ ଆଦାନୀ ଗ୍ରୁପର ୠଣ ପରିମାଣ ଦ୍ୱିଗୁଣିତ ହୋଇଛି। ମୋଟ ଋଣରେ ଭାରତୀୟ ବ୍ୟାଙ୍କଗୁଡିକର ଅଂଶ ୪୦ ପ୍ରତିଶତରୁ କମ୍ ଅର୍ଥାତ୍ ୮୦ ହଜାର କୋଟିରୁ କମ୍ ଅଟେ। ଏଥିରେ ମଧ୍ୟ ଘରୋଇ ବ୍ୟାଙ୍କରୁ ନିଆଯାଇଥିବା ୠଣର ହାର ୧୦ ପ୍ରତିଶତରୁ କମ୍ ଅଟେ। ଗ୍ଲୋବାଲ୍ ଫାର୍ମ ଜେଫେରୀ ଅନୁଯାୟୀ ବ୍ୟାଙ୍କଗୁଡିକ ଦେଇଥିବା ଋଣ ନିର୍ଦ୍ଧାରିତ ସୀମା ମଧ୍ୟରେ ଅଛି।

ଆମେରିକାର ହିଣ୍ଡେନ୍‌ବର୍ଗ ରିସର୍ଚ୍ଚର ରିପୋର୍ଟ ପ୍ରକାଶ ପାଇବା ପରେ ଗୌତମ ଆଦାନୀ ସମୁହ କମ୍ପାନୀଗୁଡିକର ଅଂଶଧନ ଗୁଡ଼ିକର ମୂଲ୍ୟ ଦ୍ରୁତ ହ୍ରାସ ପାଇଛି। ଏହି ପରିସ୍ଥିତିରେ ଯେଉଁ ବ୍ୟାଙ୍କ ଗୁଡ଼ିକ ଆଦାନୀ ସମୁହକୁ ଋଣ ଦେଇଛନ୍ତି, ଏହାକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠୁଛି।

Get real time updates directly on you device, subscribe now.