fbpx

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ୪% ବଢିପାରେ DA

ନୂଆଦିଲ୍ଲୀ: କେନ୍ଦ୍ର ସରକାର କୋଟିକୋଟି କର୍ମଚାରୀ ଏବଂ ପେନସନ ଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା(DA) ରେ ୩୮ ପ୍ରତିଶତକୁ ବଢାଇ ୪୨ ପ୍ରତିଶତ କରିପାରନ୍ତି । ଏହି ଉଦ୍ଦେଶ୍ୟ ପାଇଁ ଏକ ଫର୍ମୁଲା ଉପରେ ସହମତି ମିଳିଛି । କର୍ମଚାରୀ ଏବଂ ପେନସନ ଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତାର ଗଣନା ପ୍ରତି ମାସରେ ଶ୍ରମ ବ୍ୟୁରୋ ଦ୍ୱାରା ଜାରି ସିପିଆଇ-ଆଇଡବ୍ଲ୍ୟୁ ଆଧାରରେ କରାଯାଇଥାଏ । ଶ୍ରମ ବ୍ୟୁରୋ ଶ୍ରମ ମନ୍ତ୍ରଣାଳୟର ଏକ ଅଙ୍ଗ ଅଟେ ।

ଅଲ୍ ଇଣ୍ଡିଆ ରେଲୱେମେନ ଫେଡେରେସନର ମହାସଚିବ ଶିବ ଗୋପାଲ ମିଶ୍ର ପିଟିଆଇ ଭାଷା କୁ କହିଛନ୍ତି ଯେ, ୨୦୨୨ ପାଇଁ ସିପିଆଇ-ଆଇଡବ୍ଲୁ ୩୧ ଜାନୁଆରୀ ୨୦୨୩ ଜାରି କରାଯାଇଥିଲା । ମହଙ୍ଗା ଭତ୍ତାରେ ୪.୨୩ ପ୍ରତିଶତ ବଢିବ ବୋଲି କୁହାଯାଇଥିଲା । ହେଲେ ସରକାର ଦଶମିକକୁ ଗ୍ରହଣ କରୁନାହାନ୍ତି । ତେବେ କେବଳ ଚାରି ପ୍ରତିଶତ ବୃଦ୍ଧି ହେବ ବୋଲି କୁହାଯାଉଛି । ତେବେ ୩୮ ପ୍ରତିଶତ ବଢି ୪୨ ପ୍ରତିଶତ କରାଯିବ ବୋଲି ସୂଚନା ମିଳିଛି ।

ସେମାନେ କହିଛନ୍ତି ଯେ, ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗ ଡ଼ିଏ ବୃଦ୍ଧିର ଏକ ପ୍ରସ୍ତାବ ପକାଇଛନ୍ତି । ଏଥିରେ ସେମାନଙ୍କ ରଜସ୍ୱ ପ୍ରଭାବ କଥା ମଧ୍ୟ ପକାଯିବ । ଏହି ପ୍ରସ୍ତାବକୁ ମଞ୍ଜୁରୀ ପାଇଁ କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳର ସମୀକ୍ଷା ରଖାଯିବ । ମହଙ୍ଗା ଭତ୍ତାରେ ବୃଦ୍ଧିକୁ ଖୁବଶିଘ୍ର କାର୍ଯ୍ୟକାରୀ କରାଯିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.