fbpx

୧.୩୫ କୋଟି ମହିଳାଙ୍କୁ ମାଗଣାରେ ମିଳିବ ସ୍ମାର୍ଟଫୋନ୍ ଓ ଇଣ୍ଟରନେଟ୍ ସେବା, ସରକାରଙ୍କର ଏହି ଯୋଜନାରେ କେଉଁମାନେ ହେବେ ଉପକୃତ ଆସନ୍ତୁ ଜାଣିବା

ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଆଜି ଇନ୍ଦିରା ଗାନ୍ଧୀ ସ୍ମାର୍ଟଫୋନ ଯୋଜନାର ଶୁଭାରମ୍ଭ କରିବାକୁ ଯାଉଛନ୍ତି । ଏଥିପାଇଁ ସେ ରାଜ୍ୟରେ ୪୦୦ରୁ ଅଧିକ ମୋବାଇଲ ବିତରଣ କ୍ୟାମ୍ଫର ଉଦଘାଟନ କରିବେ । ଜନ ଆଧାର କାର୍ଡ ଧାରକ ପରିବାରର ଯୁବତୀ ଓ ମହିଳାଙ୍କୁ ଏହି ଯୋଜନାରେ ଲାଭ ମିଳିବ । ଏହି ଯୋଜନା ଜରିଆରେ ସରକାର ୧.୩୫ କୋଟି ମହିଳାଙ୍କୁ ମାଗଣାରେ ମୋବାଇଲ ଫୋନ୍ ଦେବାର ଲକ୍ଷ୍ୟ ରଖିଛନ୍ତି ।

ରାଜସ୍ଥାନରେ ଚଳିତ ବର୍ଷ ଶେଷ ବେଳକୁ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହା ପୂର୍ବରୁ କଂଗ୍ରେସର ଅଶୋକ ଗେହଲଟ ସରକାର ମହିଳା ଭୋଟ ବ୍ୟାଙ୍କ ଉପରେ କବଜା କରିବା ଲାଗି ଏକ ବଡ ଗୋଟି ଖେଳିବାକୁ ଯାଉଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ୪୦୦ରୁ ଅଧିକ ମୋବାଇଲ ବିତରଣ କ୍ୟାମ୍ପ ଉଦଘାଟନ କରି ଇନ୍ଦିରା ଗାନ୍ଧୀ ସ୍ମାର୍ଟଫୋନ ଯୋଜନାର ଶୁଭାରମ୍ଭ କରିବେ । ଏହି ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୪୦ ଲକ୍ଷ ମହିଳାଙ୍କୁ ମାଗଣାରେ ମୋବାଇଲ ଫୋନ ଦିଆଯିବ । ଏମାନଙ୍କ ମଧ୍ୟରେ ସ୍କୁଲ ଓ କଲେଜ ଛାତ୍ରୀ ଏବଂ ଗୃହିଣୀ ମଧ୍ୟ ସାମିଲ ଅଛନ୍ତି ।

ତେବେ ୨୦୨୨-୨୩ ବଜେଟ ଘୋଷଣା ସମୟରେ ଗେହଲଟ ଜନ ଆଧାର କାର୍ଡଧାରକ ପରିବାରର ମହିଳା ମୁଖିଆଙ୍କ ଲାଗି ଇନ୍ଦିରା ଗାନ୍ଧୀ ସ୍ମାର୍ଟ ଯୋଜନା ଆଣିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହା ଜରିଆରେ ଫ୍ରି ସ୍ମାର୍ଟଫୋନ ଯୋଜନା ଆଣିବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ଏହି ଯୋଜନା ଜରିଆରେ ୧କୋଟି ୩୫ ଲକ୍ଷ ମହିଳାଙ୍କୁ ସ୍ମାର୍ଟଫୋନ ଦିଆଯିବାର ଲକ୍ଷ୍ୟ ରଖାଯାଇଛି ।

Get real time updates directly on you device, subscribe now.