fbpx

(Video) ଜର୍ମାନ ଗାୟିକା Cassandra ବୋଲିଲେ ‘ଅଚ୍ୟୁତମ କେଶବମ’, ଭଜନ ଶୁଣି ହାତରେ ଟେବୁଲ ବଜାଇଲେ PM ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ତାମିଲନାଡୁ ଗସ୍ତରେ ଯାଇଛନ୍ତି । ଏଠାକାର ତିରୁପୁରର ପଲ୍ଲଦମରେ ସେ ଜର୍ମାନ ଗାୟିକା କ୍ୟାସେଣ୍ଡ୍ରା ମାଇ ଏବଂ ତାଙ୍କ ମାଆଙ୍କୁ ଭେଟିଛନ୍ତି । ଏହି ସମୟରେ କ୍ୟାସେଣ୍ଡ୍ରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାମ୍ନାରେ ‘ଅଚ୍ୟୁତମ କେଶଭମ’ ଭଜନ ଏବଂ ଅନ୍ୟ ଏକ ତାମିଲ ଗୀତ ଗାଇଛନ୍ତି ।

କ୍ୟାସେଣ୍ଡ୍ରା ମାଇ ସ୍ପିଟମ୍ୟାନ ଅନେକ ଭାରତୀୟ ଭାଷାରେ ଗୀତ, ବିଶେଷ କରି ଭକ୍ତି ସଂଗୀତ ଗାୟନ କରନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ନିଜ ‘ମନ କି ବାତ’ କାର୍ଯ୍ୟକ୍ରମରେ ମଧ୍ୟ କ୍ୟାସେଣ୍ଡ୍ରାଙ୍କ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ମଧ୍ୟ ଏହି ଭେଟିବା ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି । ସେ ଲେଖିଛନ୍ତି ଯେ, କ୍ୟାସେଣ୍ଡ୍ରା ମାଇ ସ୍ପିଟମ୍ୟାନଙ୍କ ମଧୁର କଣ୍ଠ ପାଇଁ ଜଣାଶୁଣା । ପଲ୍ଲଦମରେ ମୁଁ ତାଙ୍କୁ ଏବଂ ତାଙ୍କ ମାଆଙ୍କୁ ଭେଟିଥିଲି । ଆମେ ଭାରତୀୟ ସଂସ୍କୃତ, ସଂଗୀତ ଏବଂ ଭଜନ ପ୍ରତି ଭକ୍ତିଭାବ ବିଷୟରେ ତାଙ୍କ ସହ ଆଲୋଚନା ହୋଇଥିଲା । ତାମିଲରେ ତାଙ୍କର ଶିବମାୟାମାଗା ଏବଂ ଅଚ୍ୟୁତମ କେଶବମ ଗୀତ ମୁଖ୍ୟ ଆକର୍ଷଣ ଥିଲା ।

Get real time updates directly on you device, subscribe now.