fbpx

ସାରିଦିଅନ୍ତୁ କାମ, ଜୁନ୍ ମାସରେ ଏତିକି ଦିନ ବନ୍ଦ ରହିବ ବ୍ୟାଙ୍କ: ଜାଣି ରଖନ୍ତୁ ଛୁଟି ତାଲିକା

ଓଡ଼ିଶା ଭାସ୍କର: ଜୁନ୍ ମାସ ପାଇଁ ବ୍ୟାଙ୍କ ଗୁଡ଼ିକର ଛୁଟି ତାଲିକା ଗୋଷଣା ହୋଇଯାଇଛି । ଏହି ମାସରେ ବିଭିନ୍ନ କାରଣରୁ ଦେଶର ବ୍ୟାଙ୍କ ଗୁଡ଼ିକ ବନ୍ଦ ରହିବ । ତେଣୁ ଏହି ଦିନ ମାନଙ୍କରେ ବ୍ୟାଙ୍କ ସହ ସମ୍ବନ୍ଧିତ କୌଣସି କାମ କରିବାରେ ଆପଣଙ୍କୁ ସମସ୍ୟା ହୋଇପାରେ । ସେଥିପାଇଁ ପୂର୍ବରୁ ଜାଣି ରଖନ୍ତୁ ଜୁନ୍ ମାସରେ କେଉଁ କେଉଁ ଦିନ/ତାରିଖରେ ବ୍ୟାଙ୍କ ବନ୍ଦ ରହିବ । ଯାହା ଫଳରେ ଆପଣ ବିନା କୌଣସି ସମସ୍ୟାରେ ନିଜ କାମ ସମ୍ପାଦନ କରିପାରିବେ ।

ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ଜୁନ୍ ମାସର ଛୁଟି ତାଲିକା ଜାରି ହୋଇଯାଇଛି । ରିପୋର୍ଟ ଅନୁସାରେ, ଏହି ମାସରେ ମୋଟ ୧୨ ଦିନ ବ୍ୟାଙ୍କ ବନ୍ଦ ରହିବ ବୋଲି କହିଛି ରିଜର୍ଭ ବ୍ୟାଙ୍କ । ରବିବାର ବ୍ୟତୀତ ଶେଷ ପର୍ଯ୍ୟାୟ ନିର୍ବାଚନ, ରଜ ଏବଂ ଅନ୍ୟାନ୍ୟ କାରଣରୁ ଏହି ୧୨ ଦିନରେ ବ୍ୟାଙ୍କ ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ । ଆସନ୍ତୁ ନଜର ପକାଇବା ଏହି ଛୁଟି ତାଲିକା ଉପରେ…

ଜୁନ୍ ୧- ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ସମ୍ପୃକ୍ତ ଅଞ୍ଚଳରେ ବ୍ୟାଙ୍କ ବନ୍ଦ ରହିବ
ଜୁନ୍ ୨- ରବିବାର
ଜୁନ୍ ୮- ମାସର ଦ୍ୱିତୀୟ ଶନିବାର
ଜୁନ୍ ୯- ରବିବାର
ଜୁନ୍ ୧୬- ରବିବାର
ଜୁନ୍ ୨୨- ମାସର ଚତୁର୍ଥ ଶନିବାର
ଜୁନ୍ ୨୩- ରବିବାର
ଜୁନ୍ ୩୦- ରବିବାର

ଏହାବ୍ୟତୀତ ଅନ୍ୟ କାରଣ ପାଇଁ ମଧ୍ୟ ଛୁଟି ରହିବ

ଜୁନ୍ ୧୦- ଶ୍ରୀଗୁରୁ ଅର୍ଜୁନ ଦେବ ଜୀ’ଙ୍କ ସହୀଦ ଦିବସ ପାଇଁ ପଞ୍ଜାବରେ ବ୍ୟାଙ୍କ ବନ୍ଦ ରହିବ
ଜୁନ୍ ୧୪- ପହିଲି ରଜ ପାଇଁ ଓଡ଼ିଶାରେ ବ୍ୟାଙ୍କ ବନ୍ଦ
ଜୁନ୍ ୧୫- ଉତ୍ତର-ପୂର୍ବ ରାଜ୍ୟ ମିଜୋରାମରେ YMA ଦିବସ ଏବଂ ଓଡ଼ିଶାରେ ରଜ ସଂକ୍ରାନ୍ତି ପାଇଁ ବ୍ୟାଙ୍କ ବନ୍ଦ
ଜୁନ୍ ୧୭- ବକରିଦ ପାଇଁ କିଛି ରାଜ୍ୟ ବ୍ୟତୀତ ସାରା ଦୋରେ ବ୍ୟାଙ୍କ ବନ୍ଦ ରହିବ
ଜୁନ୍ ୨୧- ବଟ ସାବିତ୍ରୀ ବ୍ରତ ପାଇଁ ବିଭିନ୍ନ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ ।

Get real time updates directly on you device, subscribe now.