fbpx

ପାରାଦୀପରେ ଘାନା ନାଗରିକ, ତଦନ୍ତ କରୁଛି ଇମିଗ୍ରେସନ ବିଭାଗ

ପାରାଦୀପ: ପାରାଦୀପ ବନ୍ଦରରେ ୩ ଜଣ ଘାନା ନାଗରିକ ଚିହ୍ନଟ ହୋଇଛନ୍ତି । ସେମାନେ ଜାହାଜରେ ଲୁଚି ପଳାଇ ଆସିଥିବା ଅନୁମାନ କରାଯାଉଛି । ରୁଷରୁ କୋଇଲା ନେଇ ଆସୁଥିବା ଜାହାଜରେ ଆସିଥିବା ଆଶଙ୍କା କରାଯାଉଛି । ତେବେ ଏହି ୩ ଜଣ କିପରି ଓ କାହିଁକି ଆସିଲେ ସେନେଇ ଇମିଗ୍ରେସନ ବିଭାଗ ତରଫରୁ ଅଧିକ ତଦନ୍ତ ଜାରି ରହିଛି ।

ସୂଚନାରୁ ପ୍ରକାଶ ପାରାଦୀପ ବନ୍ଦରରେ ଏକ ଜାହାଜ ଲାଗିବା ପରେ ଯାଞ୍ଚ୍ ଚାଲିଥିଲା । ପରେ ବନ୍ଦରରେ ଲାଗିଥିବା ଏମନି ଗ୍ରେଟ୍ ସେଙ୍ଗ୍ ୱେନ୍ ଜାହାଜରେ ତିନି ଜଣ ଘାନା ନାଗରିକ ଲୁଚିଥିବା ଜଣାପଡ଼ିଥିଲା । ଏହା ପରେ CISF ସମସ୍ତଙ୍କୁ ହେପାଜତକୁ ନେଇ ପଚରାଉଚରା ଜାରି ରଖିଛି । ତେବେ ଜାହାଜଟି ହଂକଂ ଦେଶର ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.