fbpx

ଯୌନ ଲାଳସାକୁ ସମ୍ଭାଳି ପାରିଲେନି ମହିଳା; ସ୍ୱାମୀ ସମେତ ୫ ପୁରୁଷଙ୍କ ସହ ରଖିଥିଲେ ସମ୍ୱନ୍ଧ, ସ୍ୱାର୍ଥ ପାଇଁ ମାରିଦେଲେ…

ଗାଜିଆବାଦ: ଯୌନ ଲାଳସା ଭଲ ଲୋକଙ୍କୁ ଖରାପ କରିଦିଏ । ବେଳେବେଳେ ମଣିଷକୁ ସଇତାନ ସଜାଇ ଦିଏ । ଏମିତି ହୋଇଛି ଜଣେ ବିବାହିତା ମହିଳାଙ୍କ ସହ, ଯିଏ ନିଜ ସ୍ୱାମୀଙ୍କୁ ଅଣଦେଖା କରି ଭିଣୋଇଙ୍କ ସହ ସମ୍ପର୍କ ରଖିଥିଲେ। ଏହା ମନକୁ ଭରି ନ ପାରିବାରୁ ସେ ଭିଣୋଇଙ୍କ ସହ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ବନ୍ଧୁତା କରିଥିଲେ। ତା’ପରେ ତୃତୀୟ ଜଣଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଆଶ୍ଚର୍ଯ୍ୟର କଥା ହେଉଛି, ସେ ବିନା କୌଣସି ଅସୁବିଧାରେ ଏକା ସାଙ୍ଗରେ ତିନିଜଣଙ୍କୁ ଭଲ ପାଉଥିଲେ।

ଘଟଣାଟି ଗାଜିଆବାଦର ରାଜ ନଗର ଏକ୍ସଟେନସନର । ସେଠାରେ ରହୁଥିବା ତରୁଣ ପାୱାର ନାମକ ଇଣ୍ଟେରିୟର ଡିଜାଇନର ଅଗଷ୍ଟ ୧୬ ତାରିଖ ରାତିରେ ନିଖୋଜ ହୋଇଯାଇଥିଲେ। ପୁଅର ପତ୍ତା ନମିଳିବାରୁ ବାପା ଥାନାରେ ମାମଲା ରୁଜୁ କରିଥିଲେ। ପୋଲିସକୁ କଲ୍ ଡିଟେଲ୍ସ ମିଳିବା ପରେ ଜଣାପଡ଼ିଥିଲା ଯେ ତରୁଣଙ୍କୁ ଶେଷ ଥର ପାଇଁ ଏକ ଅଜଣା ନମ୍ବରରୁ କଲ୍ ଆସିଥିଲା, ଯାହା ପରେ ସେ ନିଖୋଜ ହୋଇଯାଇଥିଲା।

ପୋଲିସ ତଦନ୍ତ ଆରମ୍ଭ କରିବା ପରେ ଜାଣିବାକୁ ପାଇଥିଲା ଯେ ଅଞ୍ଜଳୀ ନାମକ ମହିଳାଙ୍କୁ ତରୁଣ ପାୱାର ପ୍ରେମ କରୁଥିଲେ। ତରୁଣଙ୍କୁ ଏକ ନୂଆ ସିମ୍ ସହ ଇଣ୍ଟେରିୟର ଡିଜାଇନିଂ କାମ କରିବା ବାହାନାରେ ଏକ ଘରକୁ ଡକାଯାଇଥିଲା। ଅଞ୍ଜଳୀ, ତାଙ୍କ ଭିଣୋଇ, ପ୍ରେମିକ ପୱନ ଏବଂ ତାଙ୍କ ୪-୫ ଜଣ ସାଙ୍ଗ ତାଙ୍କୁ ମାଡ଼ ମାରି ତାଙ୍କ ଗଳା ଚିପି ହତ୍ୟା କରିଥିଲେ। ମୃତଦେହକୁ ଖଣ୍ଡ ଖଣ୍ଡ କରି ଜଙ୍ଗଲ, କେନାଲ, ପୋଖରୀ, ନିର୍ଜନ ସ୍ଥାନରେ ଫିଙ୍ଗି ଦିଆଯାଇଥିଲା, ଯାହାଫଳରେ ପୋଲିସ ମୃତଦେହକୁ ଚିହ୍ନି ପାରିନଥିଲା।

Get real time updates directly on you device, subscribe now.