fbpx

ରୁଟିରେ ଘିଅ ଲଗାଇ ଖାଇଲେ ସୁଗାର କମିବା ସହ ମିଳିବ ବହୁ ଫାଇଦା, ଡାକ୍ତର କହିଲେ ବୈଜ୍ଞାନିକ କାରଣ

ନୂଆଦିଲ୍ଲୀ: ଘିଅ କ୍ଷୀରରୁ ବାହାରୁଥିବା ଲହୁଣୀରୁ ପ୍ରସ୍ତୁତ ହୋଇଥାଏ । ଏହା ସ୍ୱାସ୍ଥ୍ୟ ଲାଗି ବହୁତ ଲାଭଦାୟକ ହୋଇଥାଏ । ଘିଅ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହ ହଜମ ପ୍ରକ୍ରିୟାକୁ ବି ତ୍ୱରାନ୍ୱିତ କରିଥାଏ । ଏହା ସହିତ ଶରୀରରେ ଖରାପ କୋଲେଷ୍ଟ୍ରଲକୁ ବି ଘିଅ କମ୍ କରିଥାଏ । ଏଥିରେ ଭିଟାମିନ୍ କେ ରହିଛି ଯାହା ସ୍ୱାସ୍ଥ୍ୟ ଲାଗି ବହୁତ ଲାଭଦାୟକ ହୋଇଥାଏ ।

ଅଧିକାଂଶ ଲୋକ ରୁଟିରେ ଘିଅ ଲଗାଇ ଖାଇଥାନ୍ତି । କିଛି ଲୋକ କମ୍ ଘିଅ ଲଗାଇଥାନ୍ତି ତ ଆଉ କିଛି ଘିଅରେ ସେକି ରୁଟି ଖାଇଥାନ୍ତି । ତେବେ ରୁଟିରେ ଘିଅ ଲଗାଇ ଖାଇବା ପଛରେ କ’ଣ ବୈଜ୍ଞାନିକ କାରଣ ରହିଛି ଆସନ୍ତୁ ଜାଣିବା ।

ରୁଟି ଗହମ କିମ୍ବା ଅନ୍ୟ ଶସ୍ୟରେ ତିଆରି ହୋଇଥାଏ ଯେଉଁଥିରେ କାର୍ବୋହାଇଡ୍ରେଟ୍ ବହୁତ ମାତ୍ରାରେ ଥାଏ । ଏହା ସହିତ ପ୍ରୋଟିନ ଓ ଫାଇବର ମଧ୍ୟ ମିଳିଥାଏ । ଏହା ହଜମ ପ୍ରକ୍ରିୟାରେ ସାହାଯ୍ୟ କରିଥାଏ ଓ ଦୀର୍ଘ ସମୟ ପର୍ଯ୍ୟନ୍ତ ପେଟ ଭରି ରହିଥିବାର ଅନୁଭବ ଦେଇଥାଏ ।

କାନପୁରର ଗ୍ୟାଷ୍ଟ୍ରୋ ଲିଭର ହସ୍ପିଟାଲର ଗ୍ୟାଷ୍ଟ୍ରୋ ଓ ଲିଭର ବିଶେଷଜ୍ଞ ଡାକ୍ତର ବି.କେ ମିଶ୍ରା କହିଛନ୍ତି ରୁଟିରେ ଘିଅ ଲଗାଇବା ପରେ ଏହାର ଗ୍ଲାଇସେମିକ ଇଣ୍ଡେକ୍ସ କମ୍ ହୋଇଯାଇଥାଏ । ଅର୍ଥାତ୍ ଏପରି ଖାଇବା ଦ୍ୱାରା ଆପଣଙ୍କ ବ୍ଲଡ ସୁଗାର ସ୍ତର ନିୟନ୍ତ୍ରଣରେ ରହିଥାଏ । ଏହା ବ୍ୟତିତ ଘିଅ ଲଗା ରୁଟି ଖାଇବା ଦ୍ୱାରା ମେଟାବଲିଜିମ ଠିକ୍ ରହିଥାଏ ଓ ଦୀର୍ଘ ସମୟ ପର୍ଯ୍ୟନ୍ତ ଭୋକ ଲାଗେ ନାହିଁ । ଘିଅ ମସ୍ତିଷ୍କର କାର୍ଯ୍ୟଦକ୍ଷତା ବୃଦ୍ଧି କରିଥାଏ ଓ ନର୍ଭସ ସିଷ୍ଟମକୁ ମଜଭୁତ କରିଥାଏ ।

Get real time updates directly on you device, subscribe now.