fbpx

ଭୁୁଲରେ ବି ଏଠାକୁ ଆସନ୍ତୁନି: ଅତିଥି ସହ ଏଠାରେ ରୁହନ୍ତିି ଭୂତ (See Video)

ଆପଣ ଭୂତ ପ୍ରେତରେ ବିଶ୍ୱାସ ରଖନ୍ତି କି? ଦୂନିଆରେ ଭୂତ ବୋଲି କିଛି ଜିନିଷ ଅଛି କି? ଏ କଥାକୁ ବିଶ୍ୱାସ କରିବା ତ ଖୁବ କଷ୍ଟ । କିନ୍ତୁ  କିଛି ଲୋକ ସହିତ ଭୂତକୁ ନେଇ ସେମାନଙ୍କ ଅନୁଭତି ଥିବା ଦାବି ମଧ୍ୟ କରିଥିବାବେଳେ  ଆଉ କିଛି ଏହାକୁ ଆଦୌ ବିଶ୍ୱାସ କରିନଥାନ୍ତି । ଏଗୁଡିକୁ ଗୁଜବ ବୋଲି ଭାବିଥାନ୍ତି । କିନ୍ତୁ ଆଜି ଆମେ ଏବିଷୟରେ ଜଣାଇବୁ ଯାହା ଆପଣ କେବେ ପରିକଳ୍ପନା କରିନଥିବେ । ଏଠାରେ ଦାବି କରାଯାଉଛି ଯେ ଭୂତ ବୋଲି କିଛି ନିଜିଷ ଅଛି । ଏହା ଏକ ହୋଲେ ଆଉ ଏହି ହୋଟେଲଟି ବ୍ରିଟେନରେ ରହିଛି । ଅନେକ ସମୟରେ ଏହାକୁ ନେଇ ହେଡଲାଇନ ଖବର ମଧ୍ୟ ପ୍ରକାଶ ପାଇଛି । ବ୍ରିଟେନର ଏହି ହୋଟେଲକୁ ହଣ୍ଟେଡ ହୋଟେଲ ଭାବେ ବିବେଚନା କରାଯାଏ । ଆଉ ଏଥିପାଇଁ ଏଠାକୁ ଆସୁଥିବା ଅତିଥିମାନଙ୍କୁ ବର୍ତ୍ତମାନ ନିଜର ଯତ୍ନ ନେବାକୁ ଚେତାବନୀ ଦିଆଯାଇଛି ।

ଏଲିଭରପୁଲରେ ଥିବା ଏହି ହୋଟେଲର ନାଁ ହେଉଛି ଆଡେଲଫି  । ଏହି ହୋଟେଲକୁ ବ୍ରିଟେନର ସବୁଠାରୁ ଭୟଙ୍କର ହୋଟେଲ ଭାବେ ପରିଗଣିତ କରାଯାଏ । ଏଠାକୁ ଆସୁଥିବା ଲୋକେ ଅନେକ ଥର ଅଜବ ଘଟଣା ଦେଖିଥିବାର ଦାବି କରିଛନ୍ତି । ତେବେ ହେଟେଲରେ ଭୂତ ଥିବାର ସେମାନେ ବିଶ୍ୱାସ କରୁଛନ୍ତି । କିନ୍ତୁ ଏବେ ଘୋଷ୍ଟ ଏକ୍ସପର୍ଟ ହୋଟେଲକୁ ନେଇ ଏଭଳି ଦାବି କରିଛନ୍ତି ଯାହା ସମସ୍ତଙ୍କ ହୋସ ଉଡାଇ ଦେଇଛି । ହୋଟେଲକୁ ନେଇ ରବର୍ଟ ପୁଲମେ ନାମକ ଜଣେ ବ୍ୟକ୍ତି ନିଜ ସହ ଘଟିଥିବା ଭୟାବହତା ଘଟଣାର ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି ଦୁର୍ବଳ ହୃଦୟ ଥିବା ଲୋକେ ଏଠାରେ ରହିବା ସୁରକ୍ଷିତ ନୁହେଁ । ଖାଲି ଏତିକି ନୁହେଁ ଲକଡାଉନ ପରେ ଏଠାରେ ଭୂତ ଦୌରାତ୍ମ୍ୟ ବଢ଼ିବାକୁ ଲାଗିଛି । ସେମାନେ ଅଧିକ କ୍ରିୟଶୀଳ ହୋଇପଡିଛନ୍ତି । ଏପରିକି କେତେବେଳେ ଲୋକଙ୍କୁ  ଭୂତ ଧକ୍କା ଦେଇଥିବାର ଖବର ଆସିଛି ତ କେତେବେଳେ କାହାକୁ ଶୋଇଥିବା ଅବସ୍ଥାରେ ଜାବୁଡି ଧରିବା ଭଳି ଘଟଣାମାନ ଘଟିଛି । ଏନେଇ ଟ୍ରିପ ଆଡଭାଇଜର ୱେବସାଇଟରେ ଭୟନକ ସମୀକ୍ଷା କରିଛନ୍ତି । ଆହୁରି ମଧ୍ୟ ରବଟଁ ପୁଲମେ ଦାବି କରିଛନ୍ତି ଯେ, ଯେଉଁ ଲୋକମାନେ ଏକାକୀ ହୋଟେଲରେ ରହିଥାନ୍ତି ଏବଂ ଗ୍ରୁପରେ ରହି ମଧ୍ୟ ବିଚ୍ଛିନ୍ନ ହୋଇଥାନ୍ତି ସେମାନଙ୍କ କ୍ଷେତ୍ରରେ ଏପରି ହୋଇଥାଏ ।

Get real time updates directly on you device, subscribe now.