fbpx

(video)ବିଶ୍ୱର ସବୁଠାରୁ ବିଶାଳକାୟ ପିଆଜ ଯାହାର ଓଜନ ୯ କିଲୋ, ଗିନିଜ୍ ବୁକ୍ ଅଫ୍ ରେକର୍ଡରେ ପାଇବ ସ୍ଥାନ

ନୂଆଦିଲ୍ଲୀ: ପିଆଜର ବିଭିନ୍ନ କିସମ ବଜାରରେ ମିଳିଥାଏ । ଏକ ସାଧାରଣ ପିଆଜର ଓଜନ ୧୦୦ରୁ ୧୫୦ ଗ୍ରାମ ମଧ୍ୟରେ ହୋଇଥାଏ । କିନ୍ତୁ ଇଂଲଣ୍ଡରେ ଜଣେ ବ୍ୟକ୍ତି ୯ କିଲୋ ଓଜନର ପିଆଜ ଅମଳ କରି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି । ୧୫ ସେପ୍ଟେମ୍ବରରେ ଏହି ବ୍ୟକ୍ତି ନର୍ଥ ୟାର୍କଶାୟରରେ ଆୟୋଜିତ ଫ୍ଲାୱାର ଶୋ’ରେ ଏହି ପିଆଜକୁ ପ୍ରଦର୍ଶିତ କରିଥିଲେ । ଏହାପରେ ଏହି ବିଶାଳକାୟ ପିଆଜ ସୋସିଆଲ ମିଡିଆରେ ଚର୍ଚ୍ଚାର କାରଣ ପାଲଟିଛି ।

ଫ୍ଲାୱାର ଶୋ’ ବର୍ଷରେ ୨ ଥର ଆୟୋଜିତ ହୋଇଥାଏ । ପ୍ରଥମ ଶୋ’ ଏପ୍ରିଲରେ ହୋଇଥାଏ ଓ ଅନ୍ୟଟି ସେପ୍ଟେମ୍ବର ମାସରେ ଆୟୋଜିତ ହୋଇଥାଏ । ଏହି ଶୋ ୩ ଦିନ ଧରି ଆୟୋଜିତ ହୋଇଥାଏ । ଏହି ଶୋ’ରେ ବିଶାଳକାୟ ପିଆଜ ସହିତ ବହୁ ଅନ୍ୟାନ୍ୟ ବିଶାଳକାୟ ପନିପରିବା ଯେପରିକି କୋବି, କଖାରୁ, କାକୁଡି, ଗାଜର, ବିଟ୍ ଆଦି ମଧ୍ୟ ପ୍ରଦର୍ଶିତ ହୋଇଥିଲା ।

ଏହି ବିଶାଳକାୟ ପିଆଜକୁ ର୍ଗେନସେରେ ରହୁଥିବା ଗାରେଥ ଗ୍ରିଫିନ୍ ଅମଳ କରିଛନ୍ତି ଯାହାର ଓଜନ ୮.୯୭ କିଲୋଗ୍ରାମ । ଏହି ପିଆଜ ସେ ନ୍ୟାସନାଲ ଇଂଲିଶ ଅନର ସୋସାଇଟୀ ଜଏଣ୍ଟ ଭେଜିଟେବୁଲ କମ୍ପିଟେସନ ଲାଗି ଚାଷ କରିଥିଲେ । ଶୋ’ର ଆୟୋଜକ କହିଛନ୍ତି, ଏହି ପିଆଜ ନିଶ୍ଚୟ ବିଶ୍ୱ ରେକର୍ଡ କରିବ ଓ ଗିନିଜ୍ ବୁକ୍ରେ ସ୍ଥାନ ପାଇବ ।

Get real time updates directly on you device, subscribe now.