fbpx

ଭୁବନେଶ୍ୱରରେ ଅଘଟଣ: ଦିନ ଦ୍ୱିପହରେ ଯୁବତୀଙ୍କୁ ଅପହରଣ ଅଭିଯୋଗ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦୁର୍ନୀତି ଓ ଅପହରଣ ମାମଲା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ ଦିନ ଦ୍ୱିପହରରେ ଯୁବତୀଙ୍କୁ ଅପହରଣ କରିଥିବା ମାମଲା ସାମ୍ନାକୁ ଆସିଛି । ନୟାପଲ୍ଲୀ ଭୋଇସାହି ଅଞ୍ଚଳରେ ଥିବା ଏକ ଘରୋଇ ହଷ୍ଟେଲରୁ ଯୁବତୀଙ୍କୁ ଅପହରଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି ।

ସୂଚନା ମୁତାବକ, ଯୁବତୀଙ୍କୁ କାରରେ ଅପହରଣ କରି ନେଉଥିବା ବେଳେ ଧରିଥିଲା ପିସିଆର ଭ୍ୟାନ୍ । ସିଫ୍ଟ କାରରେ ଯୁବତୀଙ୍କୁ ଉଠାଇବା ବେଳେ କାବୁ କରିଥିଲା ପୋଲିସ । ୨ ସହଯୋଗୀଙ୍କ ସହ ମିଶି ମାମୁ ଅପହରଣ କରିଥିବା ଯୁବତୀ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ଅଭିଯୁକ୍ତ ମାମୁ ଓ ଜଣେ ସହଯୋଗୀଙ୍କୁ ଅଟକ ରଖିଛି ପୋଲିସ । ଏନେଇ ନୟାପଲ୍ଲୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପୀଡ଼ିତା ଯୁବତୀ ।

Get real time updates directly on you device, subscribe now.