fbpx

ମୃତ ଘୋଷଣାର ୧୨ ଘଣ୍ଟା ପରେ ଜୀବିତ ହେଲା ଝିଅ: ଅନ୍ତିମ ସଂସ୍କାର ପୂର୍ବରୁ ଡାକିଲା- ‘ମା ..ମା..’

ନୂଆଦିଲ୍ଲୀ: ମେକ୍ସିକୋରେ ରହୁଥିବା ତିନି ବର୍ଷର ଝିିଅ ସହିତ ଏପରି ଚମତ୍କାର ଘଟଣା ଘଟିଲା, ଯାହାକୁ ଦେଖି ଡାକ୍ତରମାନେ ମଧ୍ୟ ବିଶ୍ୱାସ କରିପାରିଲେ ନାହିଁ । ବାସ୍ତବରେ, ତିନି ବର୍ଷ ବୟସର କାମିଲିଆ ରୋକ୍ସାନାଙ୍କ ମୃତ୍ୟୁର ୧୨ ଘଣ୍ଟା ପରେ ପୁଣି ଜୀବିତ ହୋଇଥିଲେ, ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇପଡ଼ିଥିଲେ ।

ଏହି ମାମଲା ଅଗଷ୍ଟ ୧୭ ର ବୋଲି କୁହାଯାଉଛି । ମେକ୍ସିକୋରେ ରହୁଥିବା ୩ ବର୍ଷିୟ କାମିଲିଆ ରୋକ୍ସାନାଙ୍କର ପେଟରେ ଇନଫେକ୍ସନ ହୋଇଥିଲା, ଏହି କାରଣରୁ ଚିକିତ୍ସା ସମୟରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । କିନ୍ତୁ ଯେତେବେଳେ କ୍ୟାମେଲିଆଙ୍କର ଅନ୍ତିମ ସଂସ୍କାର କରାଯାଉଥିଲା, ସେବେ ତାଙ୍କ ମା’ଙ୍କୁ ଲାଗିଲା କି ତାଙ୍କ ପିଲା ଜୀବିତ ଅଛି । ଏପରି ପରିସ୍ଥିତିରେ ସେ କଫିନ୍ ଖୋଲିବା ମାତ୍ରେ ଝିଅ ଉଠି ବସିଥିବା ଦେଖିବାକୁ ମିଳିଥିଲା ।

ମୃତ ଘୋଷଣା ହେବାର ୧୨ ଘଣ୍ଟା ପରେ ଝିଅକୁ ଜୀବିତ ଦେଖି ସେଠାରେ ଉପସ୍ଥିତ ଥିବା ସମସ୍ତ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସୂଚନା ମୁତାବକ, ପେଟ ଇନଫେକ୍ସନ ପରେ ଝିଅଟିକୁ Salinas de Hildalgo Community Hospitalରେ ଭର୍ତ୍ତି କରାଯାଇଥିଲା ଏବଂ ଚିକିତ୍ସା ସମୟରେ ତାଙ୍କ ହାର୍ଟବିଟ୍ ବନ୍ଦ ହୋଇଥିଲା, ଯାହାଫଳରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ ।

କିନ୍ତୁ ଝିଅଟି ମାଆ ନିଜ ଝିଅର ମୃତ୍ୟୁକୁ ବିଶ୍ୱାସ କରିନଥିଲେ । ‘ମୋ ଝିଅ ମରିନାହିଁ ‘ ବୋଲି ସେ ବାରମ୍ବାର ଚିତ୍କାର କରି କହୁଥିଲେ, ଯାହାଫଳରେ ଲୋକମାନେ ଶବ ପାଖରୁ ମା’ଙ୍କୁ ଦୂରେଇ ରଖିଥିଲେ । ପରଦିନ ଅନ୍ତିମ ସଂସ୍କାର ପାଇଁ ଝିଅକୁ ନିଆଯାଉଥିବା ବେଳେ କ୍ୟାମିଲିଆଙ୍କ ମା ପୁଣି ଚିକ୍ରାର କରିଥିଲେ ଓ କଫିନ୍ ଭିତରେ ନିଜ ଛୁଆ ଉଠିବଡ଼ିଥିବା କହିଥିଲେ । କିନ୍ତୁ କେହି ତାଙ୍କ କଥାକୁ ବିଶ୍ୱାସ କରିନଥିଲେ । ଶେଷରେ କଫିନ ଖୋଲିବାରୁ ଝିଅଟି ଭିତରେ କାନ୍ଦି କାନ୍ଦି ନିଜ ମା’ କୁ ଡାକୁଥିବା ଦେଖିବାକୁ ମିଳିଥିଲା । ଡାକ୍ତରମାନେ ମଧ୍ୟ ଏହାର ଚମତ୍କାର କହିଛନ୍ତି ।

Get real time updates directly on you device, subscribe now.