fbpx

(Video) ବର୍ଷାରେ ଛାତ ଉପରେ ରିଲ୍ସ କରୁଥିଲା ଏହି ଯୁବତୀ, ଅଚାନକ ପଡିଲା ବିଜୁଳି, ପରେ..

ନୂଆଦିଲ୍ଲୀ: ବର୍ଷା ସମୟରେ ବିହାରର ଏକ ଏଭଳି ଭିଡିଓ ସାମ୍ନାକୁ ଆସିଛି ଯାହାକୁ ଦେଖି ଆପଣ ଡରିଯିବେ । ଯେଉଁ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଏଥିସହ ଆଉ ଦ୍ୱିତୀୟଥର କେବେବି ଆପଣ ଡ୍ୟାନ୍ସ କରିବେ ନାହିଁ । ଛାତରେ ଝିଅଟି ବର୍ଷାରେ ଡ୍ୟାନ୍ସ କରିବା ସମୟରେ ନିଜର ଭିଡିଓ କରୁଥିଲା । ସେହି ସମୟରେ ଅଚାନକ ଭୟଙ୍କ ବିଜୁଳି ଖସିଲା । ଯେଉଁଥିରେ ସେ ପୁରାପୁରି ଡରି ଯାଇ ସେଠାରୁ ପଳାୟନ କରିଛି । ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି ।

ହଜାର ଥର ଦେଖାଯାଇଥିବା ଏହି ଭିଡିଓକୁ @sdcworldoffl ନାମକ ଏକ୍ସ ଆକାଉଣ୍ଟରୁ ସେୟାର କରାଯାଇଛି, ଯାହାକୁ ଅନେକ ଲୋକେ ଲାଇକ ମଧ୍ୟ କରିଛନ୍ତି । ୟୁଜର୍ସ ଭିଡିଓକୁ ଦେଖି ଆଶ୍ଚର୍ଯ୍ୟ ହୋଇ ରିଆକ୍ଟ କରିଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି ଯେ, ଲାଗୁଛି ଉପର ବାଲା ମଧ୍ୟ ତାଙ୍କ ରିଲ୍ସର ପାଗଳାମୀରେ ରାଗିଯାଇଛନ୍ତି । ଅନ୍ୟ ଜଣେ ଲେଖିଛନ୍ତି ଯେ, ଭଗବାନଙ୍କୁ ଧନ୍ୟବାଦ ଝିଅଟିର କିଛି ହୋଇନାହିଁ । ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି ଯେ, କେବେବି ବର୍ଷାର ମଜା ନିଅନ୍ତୁନି ଯେଉଁଠାରେ ସଂପୂର୍ଣ୍ଣ ଭାବେ ଖୋଲା ରହିଛି ।

Get real time updates directly on you device, subscribe now.