fbpx

ଆମେ ସାଥୀ ହୋଇ ବଞ୍ଚିବା ଆଉ ମରିବା ବି: ପ୍ରେମିକା ନଦୀକୁ ଡେଇଁଲେ, ମାତ୍ର ପ୍ରେମିକ ମାରିଲେ ଛୁଁ, ଏହାପରେ ଯୁବତୀ କ’ଣ କଲେ ଜାଣନ୍ତୁ

ନୂଆଦିଲ୍ଲୀ: ପ୍ରେମ ବ୍ୟାପାରକୁ ନେଇ ଆମ ସମାଜରେ ଅଧିକାଂଶ ସମୟରେ ଭିନ୍ନ ଭିନ୍ନ ଘଟଣା ଦେଖିବାକୁ ମିଳିଥାଏ । ତେବେ ନିକଟରେ ଉତ୍ତରପ୍ରଦେଶରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ସାଙ୍ଗହୋଇ ଆତ୍ମହତ୍ୟା ନ କରିବାରୁ ପ୍ରେମିକା ଜଣଙ୍କ ଭୀଷଣ ରାଗିଯାଇଥିଲେ । ପରେ ସେ ତାଙ୍କ ପ୍ରେମିକଙ୍କ ନାମରେ ପୋଲିସରେ ଏଫଆଇଆର ଦାୟର କରିଥିବା ଜଣାପଡ଼ିଛି । ତେବେ ଆତ୍ମହତ୍ୟାରେ ବି ଧୋକାବାଜୀ ଥାଏ ବୋଲି ଲୋକମାନେ ଚର୍ଚ୍ଚା କରୁଥିବା ଜଣାପଡ଼ିଛି ।

ଘଟଣାରୁ ପ୍ରକାଶ ଯେ, ପ୍ରୟାଗରାଜ ଜିଲ୍ଲାରେ ପ୍ରେମୀଯୁଗଳ ଆତ୍ମହତ୍ୟା କରିବା ପାଇଁ ଏକ ନଦୀକୁ ଯାଇଥିଲେ । ତେବେ ପ୍ରେମିକା ନଦୀକୁ ଡେଇଁଥିଲେ, ମାତ୍ର ପ୍ରେମିକ ଡେଇଁ ନଥିଲେ । ଏହାପରେ ପ୍ରେମିକା ପହଁରି ପହଁରି ନଦୀରୁ ବାହାରି ଆସିଥିଲେ ଓ ଥାନାରେ ପ୍ରେମିକଙ୍କ ବିରୋଧରେ ଏଫଆଇଆର ଦର୍ଜ କରାଇଥିଲେ । ତେବେ ପ୍ରେମିକା ନଦୀ କୂଳରେ ପହଞ୍ଚିବା ବେଳକୁ ପ୍ରେମିକ ଜଣଙ୍କ ଛୁ ମାରିଥିବା ଜଣାପଡ଼ିଥିଲା । ଫଳରେ ପ୍ରେମିକାଙ୍କ କ୍ରୋଧର ପାରଦ ବହୁ ଉପରକୁ ଚଢ଼ି ଯାଇଥିଲା ।

ଜଣେ ୩୨ ବର୍ଷୀୟା ବିବାହିତା ମହିଳା ଜଣେ ୩୦ ବର୍ଷୀୟ ଯୁବକଙ୍କୁ ପ୍ରେମ କରୁଥିଲେ । ଦୁହେଁ ପ୍ରେମରେ ଏତେ ମସଗୁଲ ହୋଇଗଲେ ଯେ, ସାଥୀ ହୋଇ ମରିବାକୁ ପ୍ରତିଜ୍ଞା କରିଥିଲେ । ତେବେ ମହିଳା ଜଣଙ୍କ ତାଙ୍କ ସନ୍ତାନଙ୍କ ସହିତ ବୁଲିବାକୁ ଯାଇଥିବା ସମୟରେ ଯୁବକ ଜଣଙ୍କ ଅନ୍ୟତ୍ର ବିବାହ କରିନେଇଥିଲେ । ଏହାପରେ ପ୍ରେମିକା ଆଉ କରିବେ କ’ଣ, କେବଳ ଝଗଡ଼ା କରିଥିଲେ । ଏହାପରେ ଦୁହେଁ ଶେଷରେ ସାଥୀହୋଇ ମରିବାକୁ ନିଷ୍ପତ୍ତି ନେଇଥିଲେ ।

Get real time updates directly on you device, subscribe now.