fbpx

ଗାଁରେ ବିଜୁଳି କାଟି ରାତିରେ ପରସ୍ପରକୁ ଭେଟୁଥିଲେ ପ୍ରେମୀ ଯୁଗଳ, ବହୁରାତି ଅନ୍ଧାରରେ ରହିବା ପରେ ସତ କ’ଣ ଜାଣିଲେ ଗ୍ରାମବାସୀ

Advertisement

ବେତିଆ:ପ୍ରେମରେ ପଡିଲେ ବ୍ୟକ୍ତି ସବୁ ହିତାହିତ ଜ୍ଞାନ ଭୁଲିଯାଏ । ଏଠି ପୁଣି ଥରେ ଏହାର ପ୍ରମାଣ ମିଳିଛି । ବୟଫେଣ୍ଡକୁ ଭେଟିବାକୁ ଜଣେ ଯୁବତୀ ପୁରା ଗାଁରେ ବିଜୁଳି କାଟି ଦେଉଥିଲା । ବାରମ୍ବାର ଏହିପରି ରାତିରେ ବିଜୁଳି ଚାଲିଯିବା ଦ୍ୱାରା ଗାଁର ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଲେ । ଏକଦା ଗାଁ ଲୋକମାନେ ଏ ବିଷୟରେ ପତ୍ତା କରି ପ୍ରକୃତ କଥା ଜାଣିପାରିଲେ । ଗାଁ ଲୋକମ।।ନେ ଦିନେ ଅନ୍ଧାରରେ ପ୍ରେମୀ ଯୁଗଳଙ୍କୁ ଠାବ କରିନେଲେ ।
ବିହାରର ବେତିଆରୁ ଏହି ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜିଲ୍ଲାର ନୌତନରୁ ପ୍ରୀତି ନାମକ ଏକ ଯୁବତୀ ନିଜ ପ୍ରେମିକକୁ ଭେଟିବା ପାଇଁ ପୁରା ଗାଁର ବିଦ୍ୟୁତ ଯୋଗାଣ କାଟି ଦେଉଥିଲା । ବାରମ୍ବାର ବିଜୁଳି କଟିଯାଉଥିବାରୁ ଗାଁ ବାଲା ବହୁତ ସମସ୍ୟାରେ ଥିଲେ ।

ଦିନେ ଯୁବତୀଙ୍କ ପ୍ରେମିକ ତାଙ୍କ ଗାଁରେ ପହଞ୍ଚିବା ପରେ ଯୁବତୀ ବିଜୁଳି କାଟିଦେଲେ । କିନ୍ତୁ ସୁଯୋଗର ଅପେକ୍ଷାରେ ଥିବା ଗାଁ ବାଲା ରାତିର ଅନ୍ଧକାରରେ ଉଭୟଙ୍କୁ ଆପତ୍ତିଜନକ ଅବସ୍ଥାରେ ଧରି ନେଇଥିଲେ । ଏହାପରେ ଯୁବକଙ୍କୁ ଭୀଷଣ ମାଡ ମାରିଥିଲେ । ଯୁବକ ଜଣକ ନିକଟବର୍ତ୍ତୀ ଗ୍ରାମର ହୋଇଥିବାବେଳେ ତାଙ୍କ ନାମ ରାଜକୁମାର । ଏବେ ଏହାର ଭିଡିଓ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ୍ ହେବାରେ ଲାଗିଛି । ତେବେ କୁହାଯାଉଛି ମାମଲା ବଢିଯିବା ପରେ ଦୁଇ ଘରର ପରିବାର ସଦସ୍ୟଙ୍କ ସହମତି ପରେ ପ୍ରେମୀ ଯୁଗଳଙ୍କୁ ଥାନାରେ ବିବାହ କରି ଦିଆଯାଇଛି ।

Get real time updates directly on you device, subscribe now.