fbpx

ଝିଅ ହୋଇ ବି ବଢ଼ାଇଲେ ଦାଢ଼ି, ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ, ୨୯ା୩: ଆମ ସମାଜରେ ସାଧାରଣତଃ ପୁଅମାନେ ଦାଢ଼ି ରଖିଥାନ୍ତି । ଯଦି ଆପଣ ଜାଣିବାକୁ ପାଇବେ ଯେ ଜଣେ ଝିଅ ଦାଢ଼ି ରଖୁଛି ବୋଲି ତେବେ କଥାଟା ଆପଣଙ୍କୁ ଟିକିଏ ଅଡ଼ୁଆ ଲାଗିବ ନିଶ୍ଚୟ । ଆମେରିକାର କ୍ଲାଇଡ୍ ୱାରେନ ନାମକ ଜଣେ ମହିଳା ୧୫ ବର୍ଷ ବୟସରୁ ନିଜର ଦାଢ଼ି ରଖୁ ଆସୁଛନ୍ତି । ଏଥିପାଇର୍ ୱାରେନ ବିଭିନ୍ନ ମହଲରୁ ସମାଲୋଚିତ ମଧ୍ୟ ହୋଇଛନ୍ତି ।

ତେବେ ଦାଢ଼ି ଉଠିବା ନେଇ ୱାରେନଙ୍କୁ ପଚାରିବାରେ ସେ କୁହନ୍ତି ଯେ, ସେ ସ୍କୁଲରେ ପଢ଼ିବା ସମୟରୁ ତାଙ୍କର ଦାଢ଼ି ଉଠିବା ଆରମ୍ଭ ହୋଇଥିଲା । ଅନେକ ପରିଚିତ ଓ ଅପଚିଚିତ ଲୋକ ଏଥିପାଇଁ ତାଙ୍କୁ ସମାଲୋଚନା କରିଥିଲେ । ତେବେ ସେ କେବେ ବି ଦାଢ଼ିରୁ ମୁକ୍ତି ପାଇବା ପାଇଁ ଚିନ୍ତା କରିନାହାନ୍ତି ।

Get real time updates directly on you device, subscribe now.