fbpx

(Video): ‘ବହୁରୂପୀ ଏଣ୍ଡୁଅର ଭୂତୱାଲା ଡ୍ୟାନ୍ସ’, ସ୍ଲୋ ମୋଶନ ଭିଡିଓରେ ଝିଅର ଅଦ୍ଭୂତ କାରନାମା

Advertisement

ଓଡିଶା ଭାସ୍କର: ସୋସିଆଲ ମିଡିଆରେ କେବେ କ’ଣ ଭାଇରାଲ ହୋଇଥାଏ ଅନେକ ଲୋକ ତାହା ଜାଣି ପାରନ୍ତିନି । କେବେ କିଏ ଯଦି ଉଟପଟାଙ୍ଗ ୱାଲା ହରକତ କଲେ ବି ଲୋକେ ତାହାକୁ ଭଲ ପାଆନ୍ତି । ତାହାସହ କେବେ ସୁନ୍ଦର ଡ୍ୟାନ୍ସ ଭିଡିଓ ବି ଲୋକଙ୍କୁ ବେଶ୍ ପସନ୍ଦ ଆସେ । ରାଘବ ଜୁଆଲଙ୍କ ସ୍ଲୋ ମୋଶନ ଡ୍ୟାନ୍ସର ଦିୱାନା ତ ସମସ୍ତେ । ମାତ୍ର ଏବେ ଜଣେ ଛୋଟ ଝିଅ ନିଜର ସ୍ଲୋ ମୋଶନ ଡ୍ୟାନ୍ସ ପାଇଁ ବେଶ୍ ଭାଇରାଲ ହେଉଛି । ଏହି ଭିଡିଓରେ ଝିଅ ଜଣକ କ୍ୟାମେରା ସେଟ କରିବା ପରେ ଦୌଡି ଦୌଡି ଯାଇ କାନ୍ଥ ପଛପଟେ ଲୁଚି ଯାଉଛି । ପରେ ସ୍ଲୋ ମୋଶନରେ ଚାଲି ଚାଲି ଆସୁଛି । ଏହି ଭିଡିଓକୁ ନେଇ ୟୁଜର୍ସ ଅଜିବ କମେଣ୍ଟ ସବୁ କରିଛନ୍ତି । କେହି ଏହି ଝିଅକୁ ବହୁରୂପୀ ଏଣ୍ଡୁଅ କହୁଛି ତ ପୁଣି କେହି ଭୂତନୀ । ଅନେକ ଏହି ଝିଅକୁ ରୋଗିଣା କହିବାକୁ ମଧ୍ୟ ପଛାଇ ନାହାନ୍ତି ।

ଭାଇରାଲ ହୋଇଥିବା ଭିଡିଓରେ ଝିଅ ଜଣକ ସଲୱାର ସୁଟ ପିନ୍ଧିଛି । ଦୌଡିକି ଯିବା କାରନାମା କରିବା ସମୟରେ ସେ ପଡିଯାଉଛି । କିନ୍ତୁ, ଝିଅର ଦମ୍ଭ ଅଟକି ନ ଯାଇ ପୁଣି ଉଠି ଏହି କାରନାମା କରୁଛି । ଭିଡିଓ ବନାଇଥିବା ଏହି ଝିଅର ନାଁ ହେଉଛି ତମନ୍ନା । ତାଙ୍କର ଏହି ଭିଡିଓକୁ ପ୍ରାୟ ୧ କୋଟି ୨୦ ଲକ୍ଷରୁ ଅଧିକ ଥର ଦେଖାଯାଇଛି । ତାହାସହ ୪ ଲକ୍ଷ ୫୭ ହଜାର ଲୋକ ଭିଡିଓକୁ ଲାଇକ କରିଛନ୍ତି । ଏତତବାଦ ଭିଡିଓରେ ୨୭ ହଜାରରୁ ଅଧିକ କମେଣ୍ଟସ୍ ଆସିଛି । ରାଘବ ଜୁଆଲଙ୍କ ଭିଡିଓ ଦେଖୁଥିବା ଲୋକେ ଏହି ଝିଅର କାରନାମାର ପ୍ରଶଂସା କରିଛନ୍ତି । ନିଜେ ରାଘବ ଜୁଆଲ ମଧ୍ୟ ଏହି ଡ୍ୟାନ୍ସରେ କମେଣ୍ଟ ଦେଇଛନ୍ତି ।

 

View this post on Instagram

 

A post shared by tamnna_dance_ABCD (@tamn.na5154)

Get real time updates directly on you device, subscribe now.